Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବିଜେଡିର ରାଜ୍ୟସଭା ପ୍ରାର୍ଥୀ : ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାରଙ୍କ ନାଁରେ ନବୀନଙ୍କ ମୋହର

7/03/2020 at 12:53 PM

ଭୁବନେଶ୍ବର ୭।୩: ବିଜୁ ଜନତା ଦଳର ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ସୁବାସ ସିଂ, ମୁନ୍ନା ଖାଁ, ମମତା ମହାନ୍ତ ଓ ସୁଜିତ କୁମାର ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ରାଜ୍ୟସଭାକୁ ଯିବାକୁ ଆଶା ରଖିଥିବା ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ଏଥର ରାଜ୍ୟସଭା ଯିବାକୁ ସୁଯୋଗ ମିଳିନାହିଁ । ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ଓଡିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି ରମେଶ ।

ବିଜେଡି ୩ଟି ଆସନ ଜିତିବା ନେଇ ସ୍ପଷ୍ଟ ବହୁମତ ରହିଛି । ୪ଟି ସିଟରୁ ଚତୁର୍ଥ ସିଟକୁ କିଏ ହାତେଇବ ​‌ସେଇଠି ଅଟକିଛି ଅଙ୍କ । ସଂଖ୍ୟା ଦୃଷ୍ଟିରୁ ତିନୋଟି ସିଟ୍ ବିଜେଡି ଜିତିବା ନିଶ୍ଚିତ । ବାକି ଚତୁର୍ଥ ସିଟ ସଂଖ୍ୟା ଦୃଷ୍ଟିରୁ ବି​ଜେଡି ଜିତିବ ନା ବଜେପି ନା କଂଗ୍ରେସ କାହା ସହ ମିଶିବ ତାଙ୍କୁ ନେଇ ଚାଲିଛି ଅଙ୍କକଷା । ରାଜ୍ୟସଭାରେ ଜିତିବା ପାଇଁ ଯେଉଁ ଫର୍ମୁଲା ରହିଛି।  ସେହି ଫର୍ମୁଲା ଅନୁସାରେ ଓଡିଶାର ଖାଲି ପଡିଥିବା ୪ସିଟରୁ ପ୍ରତି ସିଟ ହାତେଇବାକୁ ଦରକାର ୩୦ବିଧାୟକଙ୍କ ଭୋଟ୍‌ ।

ଯେହେତୁ ବିଜେଡି ପାଖରେ ୧୧୩ ବିଧାୟକ ଅଛନ୍ତି ୯୦ବିଧାୟକ ସାହାଯ୍ୟରେ ୩ଟି ସିଟ ହାତେଇ ନେବ ଦଳ।ଚତୁର୍ଥ ସିଟ ପାଇଁ ଦରକାର ଆଉ ୭ଜଣ ବିଧାୟକଙ୍କ ଭୋଟ୍ । ସେପଟେ ସେହି ଚତୁର୍ଥ ସିଟ ହାତେଇବା ପାଇଁ ବିଜେପିକୁ ବି ଦରକାର ୭ବିଧାୟକଙ୍କ ସମର୍ଥନ।

ଏଭଳି ସ୍ଥିତିରେ ଯଦି ନିର୍ବାଚନ ହୁଏ କିଏ କାହାସହ ବୁଝାମଣା ନକରନ୍ତି ତେବେ ଚତୁର୍ଥ ସିଟରେ ମଧ୍ୟ ବିଜେଡି ବାଜିମାତ୍ କରିବ। କାରଣ ସେକେଣ୍ଡ ପ୍ରିଫରେନ୍ସ ଭୋଟ୍‌ରେ ବିଜେଡିକୁ ସବୁଠାରୁ ଅଧିକ ଭୋଟ୍ ମିଳିବ।ଯଦି କଂଗ୍ରେସ ରାଜ୍ୟସଭା ରେସ୍‌ରୁ ଦୁରେଇଯାଏ ତାହେଲେ ବିଜେଡିକୁ ସ୍ଥିତି ସୁହାଇବ। ବିନା ସେକେଣ୍ଡ ପ୍ରିଫରେନ୍ସ ଭୋଟ୍‌ରେ ହାତେଇ ନେବ ୪ରୁ ୪ସିଟ୍‌ ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରୁ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ଭୋଟ୍ ଗ୍ରହଣ ହେବ । ଏପ୍ରିଲରେ ରଞ୍ଜୀବ ବିଶ୍ବାଳ, ସରୋଜିନୀ ହେମ୍ବ୍ରମ ଓ ନରେନ୍ଦ୍ର ସ୍ବାଇଁଙ୍କ କାର୍ଯ୍ୟକାଳ ସରୁଛି । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ମଧ୍ୟ ଖାଲି ପଡିଛି ।

   Related Posts