ଭଦ୍ରକ: ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା କଲା ଜିଲ୍ଲା ବିଜେଡି

Published By : Prameya-News7 Bureau | December 29, 2020 IST

ଭଦ୍ରକ୨୯/୧୨: ବ୍ଲକ ଓ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା କଲା ଭଦ୍ରକ ଜିଲ୍ଲା ବିଜେଡ଼ି । ଭଦ୍ରକ ବିଧାୟକଙ୍କ ବାସଭବନ ଠାରେ ଭଦ୍ରକ ଜିଲ୍ଲା ଯୁବ ବିଜେଡ଼ିର ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ସହ ପୌରାଞ୍ଚଳ ପାଇଁ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ହୋଇଛି। ଜିଲ୍ଲାର ୭ଟି ବ୍ଲକ, ୨ଟି ପୌରାଞ୍ଚଳ ଏବଂ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଛି।

ଜିଲ୍ଲା ଯୁବ ବିଜେଡ଼ି ସଭାପତି ମୁକୁନ୍ଦଦେବ ସାମଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡ଼ି ପର୍ଯ୍ୟବେକ୍ଷକ ମନୋଜ ମହାନ୍ତି, ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ, ପ୍ରିନ୍ସ ରାକେଶ ନାୟକ ଓ ଜୋନ୍ ସଭାପତି ଜୟରାମ ଦାସ ଆଦି କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଥିଲେ। ତେବେ ଏହି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୋସିଆଲ ମିଡିଆ ପାଇଁ ମଧ୍ୟ ସ୍ଵତନ୍ତ୍ର କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ହୋଇଛି। ରାଜ୍ୟ ଯୁବ ବିଜେଡ଼ିର ସଭାପତି ବ୍ୟୁମୋକେଶ ରାୟଙ୍କ ନେତୃତ୍ଵରେ ତୃଣମୂଳ ସ୍ତରରେ ଏହି ଟିମ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.