ରାଜନୈତିକ ଶତୃତାକୁ କେନ୍ଦ୍ର କରି ଆନନ୍ଦପୁରରେ ଗୋଷ୍ଠୀ ସଂଘର୍ଷ
7/09/2018 at 1:43 AM

ରାଜନୈତିକ ଶତୃତାକୁ କେନ୍ଦ୍ର କରି ଆନନ୍ଦପୁରରେ ଗୋଷ୍ଠୀ ସଂଘର୍ଷ । ସନା ସେନା ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ତେବେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ମାଡ ଘଟଣାକୁ ନେଇ ଏଭଳି ସ୍ଥିତି ଉପୁଜିଥିଲା । ଆନନ୍ଦପୁର ବସଷ୍ଟାଣ୍ଡରେ ଥିବା ସମସ୍ତ ଦୋକାନକୁ ବନ୍ଦ ରଖିଥିଲେ ବ୍ୟବସାୟୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ପୁଣି କିଛି ସମୟ ପରେ ସନା ସେନା ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷରେ ପରେ ଆହତ ମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ପରେ ପୋଲିସ ପାଟ୍ରୋଲିଂ କଡାକଡି କରି ଦେଇଛି
Related Posts
ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
19 May 2022