ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

Published By : Prameya-News7 Bureau | April 15, 2019 IST

ଭୁବନେଶ୍ୱର ୧୫/୦୪: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଡା. ଦାମଦୋର ରାଉତଙ୍କ ଉପସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା ଜଗତସିଂହପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶିବବ୍ରତ ଦାସ, ବାଲିକୁଦା ଏରସମା ଯୁବ କଂଗ୍ରେସ ସଂପାଦକ ବିଭୂତି ଭୂଷଣ ଚୌଧୁରୀ, ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ସୋସିଆଲ ମିଡିଆର ଅଧ୍ୟକ୍ଷ ରାଜେଶ ମହାନ୍ତି , ଜୋନ ଅଧ୍ୟକ୍ଷ ଅରବିନ୍ଦ ସ୍ୱାଇଁ, ପୂର୍ବତନ ସମିତିସଭ୍ୟ ସଂଜୟ ବେହେରାଙ୍କ ସମେତ ଜୋନ ଅଧ୍ୟକ୍ଷ, ପଂଚାୟତ ସଭାପତି, ସରପଂଚ ଓ ସମିତିସଭ୍ୟଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଏରସମା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କିଶୋର ତ୍ରୀପାଠି, ଏରସମାର ପୂର୍ବତନ ସରପଂଚ ନିବାରଣ ନାୟକ, ଜାନକାଦେଇପୁର ଗ୍ରାମ ପଚାଂୟତର ପୂର୍ବତନ ସରପଂଚ ସୁଦାମ ଚରଣ ସାହୁଙ୍କ ସମେତ ପଦ୍ମପୁର, କୃଷ୍ଣଚନ୍ଦ୍ରପୁର, ଗୋଡା, କୁଞ୍ଜକୋଠୀ ଆଦି ବିଭିନ୍ନ ଗ୍ରାମ ପଂଚାୟତର ପୂର୍ବତନ ସରପଂଚଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ସାମ୍ବାଦିକ ଅସୀମ କର ବିଜେପିରେ ସାମିଲ ହୋଇଛନ୍ତି ।


ମାହାଙ୍ଗା ନିର୍ବାଚନମଣ୍ଡଳୀର ଗୌତମ ପ୍ରସାଦ ଲାଲ, ଧୀରେନ ଦାସ, ଦାମଦୋର ପୃଷ୍ଟି, ହୃଷିକେଷ ବେହେରା, ଦେବୀ ପ୍ରସାଦ ମହାନ୍ତିଙ୍କ ସମେତ ସ୍ଥାନୀୟ ସରପଂଚ ଓ ସମିତିସଭ୍ୟ ଏବଂ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ନିଶ୍ଚିନ୍ତ କୋଇଲି ବ୍ଲକ ବିକାଶ ରଂଜନ ମହାପାତ୍ର, ଗିରିଧାରୀ ନାୟକ ବିଜେପିରେ ସାମିଲ ହୋଇଛନ୍ତି । ପିପିଲି ନିର୍ବାଚନମଣ୍ଡଳୀର ମାର୍କଫେଡ ଓଡିଶାର ଭାଇସ ଚେୟାରମ୍ୟାନ ମିନତୀ ସାହୁ, ପୁରୀ-ନିମାପଡା କୋପରଟିଭ ବ୍ୟାଙ୍କର ଡାଇରେକ୍ଟର ପର୍ଶୁରାମ ମହାପାତ୍ର, ଜୟନ୍ତ କୁମାର ଦାଶ, ତେଇଶିପୁର ଗ୍ରମ ପଂଚାୟତର ପୂର୍ବତନ ସରପଂଚ ନବ କିଶୋର ନାୟକଙଅକ ସମେତ ନୂଆ ଶାସନ, ଗୋବିନ୍ଦପୁର ଆଦି ବିଭିନ୍ନ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ, ସମିତିସଭ୍ୟଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଡେଲାଙ୍ଗ ବ୍ଲକର ପୂର୍ବତନ ଚେୟାରମ୍ୟାନ ତଥା ବିଜେଡି ନେତା ସୁରଥ ପାଇକରାୟ, ପୂର୍ବତନ ଭାଇସ ଚେୟାରମ୍ୟାନ ଅଜୟ ରାଉତ ରାୟ, ଜେନାପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଓ ସମିତିସଭ୍ୟ ପ୍ରତାପ ସ୍ୱାଇଁ, ଡେଲାଙ୍ଗ ପଂଚାୟତର ପୂର୍ବତନ ସରପଂଚ ଦୁର୍ଗାଚରଣ ରାଉତରାୟଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତା ଡା.ରାଉତ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ଉପ ସଭାପତି ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବରେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନେ ବିଧାୟକ କିମ୍ବା ସାଂସଦ ପାଇଁ ଦଳରେ ସାମିଲ ହୋଇ ନାହାଁନ୍ତି । ବିଜେପି ଦଳକୁ ଆଗମୀ ନିର୍ବାଚନରେ କିପରି ବିଜୟୀ କରାଇବେ ସେଥିପାଇଁ ଏହି ସଦସ୍ୟ ମାନେ ସଂକଳ୍ପ ନେଇ ବିଜେପିରେ ସାମିଲ ହୋଇଛନ୍ତି । ୨୦୩୬ ମସିହାରେ ଓଡିଶାକୁ ବିକାଶର ଶୀର୍ଷସ୍ତରରେ ପହଂଚାଇବାରେ ବିଜେପି ଯେଉଁ ସଂକଳ୍ପ ନେଇଛି, ସେହି ସଂକଳ୍ପକୁ ଆଗେଇ ନେବାରେ ଏମାନଙ୍କର ଅବଦାନ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବିଜୁ ବାବୁ କହୁଥିଲେ ଗାଁ କାମ, ମାଁ କୁ ସମ୍ମାନ । କିନ୍ତୁ ତାଙ୍କ ସୁପୁତ୍ର ନବୀନ ବାବୁଙ୍କ ଶାସନରେ ଗାଁକୁ ଲୁଣ୍ଠନ ଓ ମାଁଙ୍କୁ ଧର୍ଷଣ ଚାଲିଛି । ଏହି ସବୁ ବନ୍ଦ କରିବା ପାଇଁ ଆଗାମୀ ନିର୍ବାଚନରେ ବିଜେପିକୁ ବହୁଳ ଭାବରେ ଜିତାଇବାକୁ ବରିଷ୍ଠ ନେତା ଡା. ଦାମୋଦର ରାଉତ ଆହ୍ୱାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ, ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠି ଏବଂ ରଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.