ହିଞ୍ଜିଳିରୁ ନବୀନ ହାରିବେ ଗୁଇନ୍ଦା ରିପୋର୍ଟ ସତ-ମିଛକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି

Published By : Prameya-News7 Bureau | March 19, 2019 IST

ଭୁବନେଶ୍ବର୧୯|୩: ଗୁଇନ୍ଦା ରିପୋର୍ଟ ସତ ମିଛକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ବିଜେଡି କହିଛି ଜାଲ ଚିଠି ଦେଖାଇ ଲୋକଙ୍କୁ ବିଭ୍ରାନ୍ତ କରୁଛି ବିଜେପି । ବିଜେଡି ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବ ବୋଲି କହିଛି । ଗତକାଲି ବିଜେପି ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିବା ଚିଠିକୁ ଓଡ଼ିଶା ପୁଲିସ ଜବତ  କରିଛି । ସେପଟେ ବିଜେପି ଏହାକୁ କାଉଣ୍ଟର କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ସହ ଚିଠିର ଫୋରେନ୍‌ସିକ୍‌ ତଦନ୍ତ ଦାବି କରିଛି । ….

{"id":95105}

 ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗରେ ବିଜେପି ବିଜେଡି ମୁହାଁମୁହିଁ । ସୋସିଆଲ୍‌ ମିଡିଆରେ ହିଞ୍ଜିଳି ସଂପର୍କିତ ଏକ ତଥାକଥିତ ଗୁଇନ୍ଦା ରିପୋର୍ଟ ବୁଲିବା ପରେ ଏହି ଦୁଇ ଦଳ ଭିତରେ ବୟାନବାଜି ଜୋର ଧରିଛି। । ଗତକାଲି ସାମ୍ବାଦିକ ସମ୍ମିଳନୀରେ  ବିଜେପି ଏହି ଚିଠିକୁ ଦେଖାଇଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ହିଞ୍ଜିଳିରେ କାଳିଆ ଟଙ୍କା ନେଇ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି।  ହିଞ୍ଜିଳି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ । ତେଣୁ ହାରିଯିବା ଭୟରେ ନବୀନ ଦୁଇଟି ଆସନରୁ ଲଢିବାକୁ ସ୍ଥିର କରିଛନ୍ତି ବୋଲି ବିଜେପି କହିଥିଲା। । ଆଉ ଆଜି ଏହି ଚିଠିକୁ ନେଇ ଖଡ୍‌ଗ ହସ୍ତ ହୋଇଛି ବିଜେଡି । ବିଜେପି ଉପରେ ଖୁବ୍‌ ବର୍ଷିଛି । ବିଜେପି ମିଥ୍ୟାର ସାହାରା ନେଇଛି । କର୍ଣ୍ଣାଟକରେ ସମାନ ଧରଣର ଏକ ଚିଠିକୁ ଅଦଳବଦଳ କରି ବିଜେପି ଏଭଳି ମନଗଢା ଅଭିଯୋଗ ଆଣିଛି ବୋଲି କହିଛି ବିଜେଡି । ଏନେଇ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବ ବୋଲି ବିଜେଡି କହିଛି ।  

{"id":95106}

 ସେପଟେ ବିଜେଡିର ପ୍ରେସମିଟ୍ ପରେ ବିଜେପି  ବି କାଉଣ୍ଟର କରିଛି ।  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ଏକ ଟିମ୍ । ଏହି ଟିମ୍  ପୋଲିସର ଆଚରଣ ଉପରେ ପ୍ରଶ୍ନ ଉଠାଇଛି।  ଚିଠିର ଫୋରେନ୍ ସିକ ତଦନ୍ତ ହେବା ଲାଗି ଦାବି କରିଛି। ସୋସିଆଲ ମିଡିଆରେ ଏଭଳି ଚିଠି କେମିତି ବୁଲିଲା ତାର ତଦନ୍ତ କରିବାକୁ ଦାବି କରିଛି ।

{"id":95107}

 ଏହି ଗୁଇନ୍ଦା ରିପୋର୍ଟ ଜାଲ୍‌ ବୋଲି ଗତକଲି ପୋଲିସ ଡିଜି ଟ୍ବିଟ କରିଥିଲେ। ଏପରିକି ପୋଲିସ ନିଜ ଆଡୁ ଖାରବେଳ ନଗର ଥାନାରେ ଏକ ମାମଲା ରୁଜୁ କରିଛି । ସେହି ଗୁଇନ୍ଦା ରିପୋର୍ଟକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

{"id":95110}

 ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏବେ ବିଜେପି -ବିଜେଡି ମଧ୍ୟରେ ଗୁଇନ୍ଦା ଚିଠିକୁ ନେଇ ଆରମ୍ଭ ହୋଇଛି ଯୁଦ୍ଧ । ତେବେ ଏହି ପ୍ରସଙ୍ଗ କେଉଁ ଦଳକୁ ନିର୍ବାଚନରେ କେତେ ଫାଇଦା ଦେବ ତାହା ଦେଖିବାକୁ ବାକି ରହିଛି 

{"id":95111}

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.