Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଭୋଟ ପ୍ରଚାରରେ ଟଙ୍କିକିଆ ଚାଉଳ : ଭୋଟ ହାତେଇବାକୁ ବିଜେଡି ବିଜେପି ଭିତରେ ଟଣା ଓଟରା

16/04/2019 at 7:33 PM

ଭୁବନେଶ୍ବର ୧୬/୪: ନିର୍ବାଚନ ରାଜନୀତି କେନ୍ଦ୍ରରେ ଏବେ ପୁଣି ଚାଉଳ । ଟଙ୍କିକିଆ ଚାଉଳ କିଏ ଦେଉଛି ତାକୁ ନେଇ ଭୋଟ ହାତେଇବାକୁ ବିଜେଡି ବିଜେପି ଭିତରେ ଟଣା ଓଟରା ଚାଲିଛି । ଟଙ୍କାକରେ ଚାଉଳ ଯୋଜନାକୁ ନେଇ ବିଜେଡି ଭୋଟ ହାତଉଥିବାବେଳେ ତାକୁ କାଉଣ୍ଟର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟଙ୍କାକରେ ଡାଲି ଲୁଣ ଓ ଚାଉଳ ଦିଆଯିବ ବୋଲି ଘୋଷଣା କରିବା ପରେ ଆଜି ପ୍ରଧାନମନ୍ତ୍ରୀ  ଟଙ୍କିକିଆ ଚାଉଳର ହିସାବ ଦେଇ ବିଜେଡିକୁ ଟାର୍ଗେଟ କରିଛନ୍ତି । ସେପଟେ ବିଜେଡି କହିଛି ଇସ୍ତାହାର ନଥାଇ ବିଜେପିର ଏହି ଘୋଷଣା କେବଳ ଭୋଟ ହାରିବାର ଭୟ ।

ଭୋଟ ପ୍ରଚାର କେନ୍ଦ୍ରରେ  ଟଙ୍କିକିଆ ଚାଉଳ । ଏମିତିବି ଟଙ୍କିକିଆ ଚାଉଳ କେନ୍ଦ୍ରର ଭାଗ କେତେ ରାଜ୍ୟର ଭାଗ କେତେ ଏ ବତର୍କ ପୁରୁଣା। କିନ୍ତୁ ଆଜି ଏହି ବିତର୍କକୁ ନୂଆ ମୋଡ଼ ଦେଇଛି ନିଜେ ପ୍ରଧାନମନ୍ତ୍ରୀ  ମୋଦି । ଚୌକିଦାର ସରକାର ଦେଉଛନ୍ତି ୨୯ଟଙ୍କା  ରାଜ୍ୟ ଦେଉଛନ୍ତି ୨ ଟଙ୍କା  । ଏଠିକା ସରକାର ଚାଲାଖି କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କଥାକୁ ଆହୁରି ବୁଝେଇବାକୁ ଯାଇ କହିଛନ୍ତି । ଟଙ୍କା ଯଦି ଦିଲ୍ଲୀରୁ ପୁଅ ପଠାଏ ଆଉ ଡାକ ପିଅନ ଟଙ୍କା ଘରେ ଦିଏ ତେବେ ଟଙ୍କା କାହାର ପୁଅର ନା ଡାକପିଅନର ।

ଟଙ୍କିକିଆ ଚାଉଳ ପୂର୍ବରୁ ଦୁଇଟି ନିର୍ବାଚନରେ ପ୍ରସଙ୍ଗ ହୋଇ ଆସିଛି ।ଏଥର ଟଙ୍କିକିଆ ଚାଉଳ ପରେ ବିଜେପି ସରକାର ଆସିଲେ ରାଜ୍ୟରେ ଟଙ୍କାକରେ ଡାଲି ଓ ଲୁଣ ଯୋଗାଇ ଦିଆଯିବ, ଏମିତି କିଛି ଘୋଷଣା କରିସାରିଛି । ବିଜେପିର ଏପରି ଘୋଷଣାକୁ ନେଇ ବିଜେଡି କଟାକ୍ଷ କରିଛି । ଟଙ୍କିକିଆ ଚାଉଳ ବିଜେପିର ନୁହେଁ ଉପା ସରକାର ଅମଳରେ ହୋଇଛି । ଏହା ଦେଶର ସବୁ ରାଜ୍ୟରେ ଲାଗୁ ହୋଇଛି । ଟଙ୍କିକିଆ ଡାଲି ଓ ଲୁଣ ସଂପର୍କରେ ବିଜେପି ତାର ଇସ୍ତାହାରରେ ଘୋଷଣା କାହିଁକି କଲାନି ବୋଲି ପ୍ରଶ୍ନ କରିଛି । ଏମିତିକି ବିଜେପି ଶାସିତ ରାଜ୍ୟରେ  ବିଜେପି ଏମିତି  ଯୋଜନା କାହିଁକି କରିନି ବୋଲି ପ୍ରଶ୍ନ କରିଛି ।

ଟଙ୍କିକିଆ ଚାଉଳ ଏବେ ରାଜ୍ୟ ରାଜନୀତିର ମୂଳ ପ୍ରସଙ୍ଗ ପାଲଟିଛି  । କିଏ କେତେ ଫାଇଦା ନେଇ ପାରିବ ତାକୁ ନେଇ ଜୋରଦାର ଚାଲିଛି ପ୍ରତିଯୋଗିତା ।

   Related Posts