Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି ଓ ବିଜେପି ଟିମ୍

11/04/2019 at 3:04 PM

ଭୁବନେଶ୍ବର ୧୧|୪ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି ଓ ବିଜେପି । ଉଭୟ ବିଜେଡି ଓ ବିଜେପି ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଫେରାଦ ହୋଇଛନ୍ତି । ଉଭୟ ଟିମ୍ ନିର୍ବାଚନ ଆଚରଣ ବିଧି ଉଲଂଘନ ହୋଇଥିବା ଅଭିଯୋଗ ଆଣିଛନ୍ତି ।

ନିର୍ଦ୍ଧିଷ୍ଟ ଏକ ବୈଦ୍ୟୁଦିକ ଗଣମାଧ୍ୟମ ନାଁରେ ଅଭିଯୋଗ ଆଣିଛି ବିଜେଡି । ଭୋଟରଙ୍କୁ ନିର୍ଦ୍ଧିଷ୍ଟ ପ୍ରଶ୍ନ ପଚାରି ବିଜେଡି ବିରୋଧରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ଆଣିଛି ଦଳ । ସିଇଓଙ୍କ ନିକଟରେ ମଧ୍ୟ ନିର୍ଦ୍ଧିଷ୍ଟ ପ୍ରମାଣ ଦାଖଲ କରିଛି ବିଜେଡି ଟିମ୍ ।

ସେପଟେ ୧୮ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ବସାଇଦିଆଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

   Related Posts