Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ବିଜେପୁର ଉପନିର୍ବାଚନ ପାଇଁ ଘମାଘୋଟ ପ୍ରଚାର : ଆଜି ବିଜେପୁର ଓ ବରପାଲିରେ ବିଜେପି ଓ ବିଜେଡି ପ୍ରାର୍ଥୀ କରିବେ ପ୍ରଚାର

12/10/2019 at 10:12 AM

ବିଜେପୁର ।୧୦: ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୮ ଦିନ । ଆରମ୍ଭ ହୋଇ ଯାଇଛି ଘମାଘୋଟ ପ୍ରଚାର । ସବୁ ଦଳର ହେଭିୱେଟ୍ ଏବେ ବିଜେପୁରରେ ଡେରା ପକାଇଛନ୍ତି । ଘରକୁ ଘର ବୁଲି ଭୋଟରଙ୍କୁ ଭେଟିବା ଠାରୁ ରାଲି, ସଭାରେ ପ୍ରଚାର ମୈଦାନ ସରଗରମ ହୋଇଛି ।

ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଈସିଲେଟରେ ସାଧାରଣ ସଭା କରି ପ୍ରଚାର ଆରମ୍ଭ କରିଛନ୍ତି । ଧର୍ମେନ୍ଦ୍ର ତାଙ୍କ ପୁରୁଣା ଢଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସିଧା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । କାଳିଆ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ସଂଗୀନ ଅଭିଯୋଗ କରିଛନ୍ତି ।

ଏପଟେ ଆଜି ଉଭୟ ବିଜେଡି ଓ ବିଜେପି ବରପାଲି ଓ ବିଜେପୁର ବ୍ଲକରେ ପ୍ରଚାର କରିବେ । ଗତ ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନ ବିଜେଡିରେ ସାମିଲ ହୋଇ ସାରିଥିବା ପ୍ରଣୟ ସାହୁ ଆଜି ବରପାଲି ବ୍ଲକ୍ ବୁଲି ଭୋଟ୍ ଭିକ୍ଷା କରିବେ ।

   Related Posts