Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||

ସତ୍ୟପାଠରୁ ଗୁମର ଖୋଲିଲା ବିଜେଡ଼ି : କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ବୈଜୟନ୍ତ ପଣ୍ଡା !

12/04/2019 at 7:29 PM

ଭୁବନେଶ୍ୱର ୧୨/୪ : କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଅତୀତ କାରନାମାର ପର୍ଦ୍ଦାଫାସ୍ କରିଛି ବିଜୁ ଜନତା ଦଳ । ଗତଥର ବିଜେଡ଼ି ପ୍ରାର୍ଥୀ ଥିବା ବୈଜୟନ୍ତ ନିଜର ପଦବୀ ଓ ରୋଜଗାର ଲୁଚାଇ ନିର୍ବାଚନ କମିଶନଙ୍କ ପାଖରେ ମିଥ୍ୟା ସତ୍ୟପାଠ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଜେଡ଼ି ଏହାକୁ ଲୋକଲୋଚନକୁ ଆଣିଥିଲେ ମଧ୍ୟ ବୈଜୟନ୍ତ ତାହାକୁ ଫାଙ୍କି ଦେଇଥିଲେ । ମାତ୍ର ଚଳିତ ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ଏହି ତଥ୍ୟକୁ ଲୁଚାଇ ପାରିନାହାନ୍ତି । ଇମ୍ଫାର ଉପସଭାପତି ପଦରେ ଥାଇ ବର୍ଷକୁ ୨ କୋଟି ରୋଜଗାର କରୁଥିବା ଦର୍ଶାଇଛନ୍ତି । ଗତଥର କେନ୍ଦ୍ରାପଡ଼ାବାସୀଙ୍କୁ ଏହି ତଥ୍ୟ ଲୁଚାଇ ସେ ଯେ ଠକିଥିଲେ ତାହା ବୈଜୟନ୍ତ ନିଜେ ଜଣାଇଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତଙ୍କ ଏହି ଗୁମର ଖୋଲିଛି ବିଜେଡ଼ି ।


ବୈଜୟନ୍ତଙ୍କ ୨୦୧୪ ମସିହାର ସତ୍ୟପାଠ ଓ ୨୦୧୯ ମସିହା ସତ୍ୟପାଠର ଦସ୍ତାବିଜ୍ ଦେଖାଇ ଠକେଇ ଗୁମର ଖୋଲିଛନ୍ତି ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର । ୨୦୧୪ ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ପଣ୍ଡା ନିଜକୁ କେବଳ ଜଣେ ସିଟିଂ ଏମ୍ପି ବୋଲି ଦର୍ଶାଇଥିଲେ । ତାଙ୍କର କୌଣସି ବ୍ୟବସାୟିକ କାରବାର ଏବଂ ଇମ୍ଫା ମାଇନିଂ କମ୍ପାନୀ ଉପାଧ୍ୟକ୍ଷ ପଦର ଉଲ୍ଲେଖ କରି ନ ଥିଲେ । ବୈଜୟନ୍ତ ତଥ୍ୟ ଲୁଚାଇ ଲୋକଙ୍କୁ ଠକିଛନ୍ତି ବୋଲି ୨୦୧୮ ମସିହା ମାର୍ଚ୍ଚରେ କେନ୍ଦ୍ରାପଡ଼ାବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ସେମାନଙ୍କ ଅଭିଯୋଗ ଆଧାରରେ ବୈଜୟନ୍ତଙ୍କ ବିରୋଧରେ ଜନ ପ୍ରତିନିଧି ଆଇନ, ୧୯୫୧ ଉଲ୍ଲଂଘନ ନେଇ ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା ।


ସେହି ଚାପରେ ଥିବା ବୈଜୟନ୍ତ ଚଳିତଥର ବାଧ୍ୟ ହୋଇ ସତ ସତ୍ୟପାଠ ଦେଇଛନ୍ତି । ସତ୍ୟପାଠ ଆଇଟମ୍ ନଂ ୯୮ରେ ସେ ୨୮.୧୦.୨୦୧୮ରୁ ୩ ବର୍ଷ ପାଇଁ ମାସକୁ ୧୭ ଲକ୍ଷ ଟଙ୍କା ପାରିଶ୍ରମିକ (ବାର୍ଷିକ ୨ କୋଟିରୁ ଅଧିକ)ରେ ଇମ୍ଫାର ଉପାଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା ଦର୍ଶାଇଛନ୍ତି । ଇମ୍ଫା ଉପାଧ୍ୟକ୍ଷ ପଦରେ ବୈଜୟନ୍ତ ତାଙ୍କ ନିଯୁକ୍ତିର ତାରିଖକୁ ଅକ୍ଟୋବର ୨୦୧୮ ବୋଲି ଚତୁରତାର ସହ ଉଲ୍ଲେଖ କରି ୨୦୧୪ ମସିହାର ଦୋଷ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ୨୦୧୩-୧୪ ଏବଂ ୨୦୧୪-୧୫ ଇମ୍ଫାର ବାର୍ଷିକ ରିପୋର୍ଟରେ ବୈଜୟନ୍ତ କମ୍ପାନୀର ଉପାଧ୍ୟକ୍ଷ ବୋଲି ଉଲ୍ଲେଖ ରହିଛି । ତାଙ୍କର ବାର୍ଷିକ ଦରମା ୧.୦୪ କୋଟି ଟଙ୍କା ବୋଲି ସେଥିରେ ଦର୍ଶାଯାଇଛି । ମାତ୍ର ୨୦୧୪ ସତ୍ୟପାଠରେ ସେହି ତଥ୍ୟକୁ ବୈଜୟନ୍ତ ଲୁଚାଇ ଏବେ ତାହା ଖୋଲିଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।


କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ୱାସ ସହ ବୈଜୟନ୍ତ ଖେଳି ସେମାନଙ୍କୁ ଠକିଛନ୍ତି । ତାଙ୍କର ଅସଲ ଚେହେରା ପଦାରେ ପଡ଼ିଯାଇଛି । ବର୍ତ୍ତମାନ ପୁଣିଥରେ ସାଂସଦ ପ୍ରାର୍ଥୀ ହୋଇଥିବାରୁ କେନ୍ଦ୍ରାପଡ଼ାବାସୀଙ୍କୁ ପୂର୍ବ ଠକାମିର ଜବାବ ଦେବାକୁ ପଡ଼ିବ ବୋଲି ଡ. ପାତ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ ଉପସ୍ଥିତ ଥିଲେ |

   Related Posts