Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମୋଦିଙ୍କ ଭାଷଣର ମୋବାଇଲ୍ ଲାଇଭ୍ କୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

2/04/2019 at 10:01 PM

ଭୁବନେଶ୍ବର ୨|୪ : ନିର୍ବାଚନୀ ପ୍ରଚାରରେ ଆଜି ଭବାନୀପାଟଣା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଭାଷଣକୁ  ମୋବାଇଲ୍  ଭଏସ୍  ମେସେଜ୍  ଜରିଆରେ  ଲାଇଭ୍  ପ୍ରସାରଣ  କରିଛି ବିଜେପି । ନିର୍ବାଚନ ବିଜ୍ଞାପନ ପରିଧି ଭିତରେ ଆସୁଥିବା ଏହି ବ୍ୟବସ୍ଥା ପାଇଁ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ  ମନିଟରିଂ  କମିଟି  ଦ୍ବାରା ପ୍ରି-ସାର୍ଟିଫିକେସନ୍  ନିହାତି  ଆବଶ୍ୟକ ।  ମାତ୍ର ବିଜେପି ଏହି  ନିୟମ ମାନିନାହିଁ । ନିର୍ବାଚନ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏ ବାବଦରେ ହୋଇଥିବା ଖର୍ଚ୍ଚକୁ କଳହାଣ୍ଡି ଲୋକସଭା ଆସନ ଓ ଭବାନୀପାଟଣା ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚରେ ମିଶାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି ।

ବିଜେଡ଼ି      ପକ୍ଷରୁ   ଦର୍ଶାଯାଇଛି,  ନିର୍ବାଚନ  ଗାଇଡ଼ଲାଇନ୍   ଧାରା    ୨୧.୨.୧୩ରେ  ବଲକ୍ ଏସ୍ଏମ୍ଏସ୍ ଏବଂ ଭଏସ୍ ମେସେଜ୍ ଜରିଆରେ ନିର୍ବାଚନ ପ୍ରଚାର ପାଇଁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହିଛି । ଫୋନ୍ ରେ ଟେଲିଫୋନିକ୍ ମେସେଜିଂ ଜରିଆରେ ନିର୍ବାଚନ ପ୍ରଚାର, ଟିଭି ଚାନେଲ/କେବୁଲ୍ ନେଟ୍ୱର୍କ ଏବଂ ରେଡିଓ ବିଜ୍ଞାପନଠାରୁ  ଭିନ୍ନ ନୁହେଁ । ଏଥିପାଇଁ ମିଡ଼ିଆ  ସାର୍ଟିଫିକେସନ୍  ଆଣ୍ଡ ମନିଟରିଂ କମିଟି (ଏମ୍ସିଏମ୍ସି)ର ପ୍ରି-ସାର୍ଟିଫିକେସନ୍ ଜରୁରୀ ।

ମାତ୍ର ବିନା ଅନୁମୋଦନରେ   ବିଜେପି ଆଜି ପ୍ରଧାନମନ୍ତ୍ରୀ  ମୋଦିଙ୍କ  ଭାଷଣକୁ  ମୋବାଇଲ  ନଂ  ୯୩୪୫୦୧୪୫୦୧ରୁ ଭଏସ୍  ମେସେଜିଂ  କଲ୍ ଦ୍ୱାରା  ଲାଇଭ୍  ପ୍ରସାରଣ  କରିଥିଲା ।  ଏହି  ନମ୍ବରକୁ  କେହି  କଲ୍  କଲେ  ମୋଦିଙ୍କ  ଲାଇଭ୍  ଭାଷଣ ଶୁଭୁଥିଲା ।  ମୁଖ୍ୟ  ନିର୍ବାଚନ  ଅଧିକାରୀ  ଏହାକୁ  ଗୁରୁତ୍ବର  ସହ  ବିଚାର  କରିବାକୁ  ବିଜେଡ଼ି  ପକ୍ଷରୁ ଅନୁରୋଧ କରାଯାଇଛି ।

   Related Posts