ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ପୁଣି ଫେରାଦ ହେଲା ବିଜେଡ଼ି, ମିଛ ପ୍ରତିଶୃତିର ଫର୍ମରେ ଭୋଟ ହାତେଇବାକୁ ପ୍ରୟାସ କରୁଛି ବିଜେପି ଓ କଂଗ୍ରେସ

Published By : Prameya-News7 Bureau | March 29, 2019 IST

ଭୁବନେଶ୍ୱର, ୨୯/୩-ବିଜେପି ଓ କଂଗ୍ରେସ ଏବେ ପ୍ରତିଶ୍ରୁତିଭରା ଫର୍ମ ବୁଲାଇ ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜୁ ଜନତା ଦଳ ପକ୍ଷରୁ ପ୍ରମାଣ ସହ ଏହି ଗୁରୁତର ଅଭିଯୋଗ ଅଣାଯାଇଛି । ଦଳର ନିର୍ବାଚନୀ ଇସ୍ତାହା ର ଏବଂ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ବା ହାରେ ଏହା କରାଯାଉଥିବାରୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେଉଛି । ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡ଼ି ପ୍ରତିନିଧି ଦଳ ଦାବି କରିଛନ୍ତି ।

ବିଜେଡ଼ି ଦର୍ଶାଇଛି ଯେ ‘ପ୍ରତିଶ୍ରୁତି ପତ୍ର’ ନାଁରେ ବିଜେପି ଏକ ଫର୍ମ ପ୍ରସ୍ତୁ ତ କରି ଲୋକଙ୍କୁ ବାଣ୍ଟୁଛି । ସେଥିରେ ଗରିବ ଲୋକଙ୍କୁ ପକ୍କା ଘର ଏବଂ ଜମି ପଟ୍ଟା ଦେବାର ପ୍ରତିଶ୍ରୁତି ଦିଆଯାଇଛି । ଲୋକମାନେ ଆଶା ରଖି ନିଜର ସମସ୍ତ ବିବରଣୀ ଦେଇ ଏହି ଫ ର୍ମ ପୂରଣ କରୁଛନ୍ତି । ଖାଲି ସେତିକି ନୁହେଁ, ଲେ ।କଙ୍କ ମନରେ ମିଛ ବିଶ୍ୱାସ ଜନ୍ମାଇବା ପାଇଁ ଏକ ରିସିପ୍ଟ ଦିଆଯା ଉଛି ଯାହା ସାଥୀରେ ନମ୍ବର ଲାଗିଥିବା ଆକ୍ନଲେଜମେଣ୍ଟ ଏବଂ ବିଜେପି ନେତାମାନଙ୍କ ଫଟୋ ରହୁଛି । ତେବେ ବିଜେପି ତାର ଇସ୍ତାହାରରେ ଏଭଳି କୌଣସି ପ୍ରତିଶ୍ରୁତି ଦେଇନାହିଁ । ପ୍ରତିଶ୍ରୁତି ଦେଲେ ବି ଭୋଟବେଳେ ବା ଭୋଟ ପୂର୍ବରୁ ଲୋକଙ୍କଠାରୁ ଫର୍ମ ପୂରଣ କରି ଆଣିବା ନିର୍ବାଚନ ଆଚରଣ ବିଧିର ସ୍ପଷ୍ଟ ଉଲ୍ଲଂଘନ କରୁଛି ।

ସମାନ ଢ଼ଙ୍ଗରେ କଂଗ୍ରେସ ‘ଗ୍ୟାରେଣ୍ଟି କାର୍ଡ’ ନାଁରେ ଏକ ଫର୍ମ ବୁଲାଉଛି । ସେଥିରେ ବାଳିକାଙ୍କୁ ମାଗଣା ଶିକ୍ଷା ଏବଂ ବିବାହ ବେଳେ ଆର୍ଥିକ ସହ ।ୟତାର ପ୍ରତିଶ୍ରୁତି ଦିଆଯାଇ ଫର୍ମ ପୂରଣ କରାଯାଉଛି । ଖାଲି ସେତିକି ନୁହେଁ, ୬୦ ବର୍ଷ ଶାସନକାଳରେ ସବୁ ଲୋକ ଙ୍କୁ ପାଣି ଟୋପାଏ ଦେବାକୁ ସମର୍ଥ ହୋଇ ନ ଥିବ । କଂଗ୍ରେସ ସବୁ ପରିବାରକୁ ପାଣି ଏବଂ ଘର ଦେବାର ପ୍ରତିଶ୍ରୁତି ବି ଦେଉଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ ତୁର ନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନିର୍ବାଚନ ଆଚରଣ ବିଧି ବ୍ୟବସ୍ଥା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡ଼ି ମୁଖପାତ୍ର ସୁଲତା ଦେଓ, ସୁଲୋଚନା ଦାସ, ଲେଲିନ୍ ମହାନ୍ତି ଏବଂ ଡ. ସସ୍ମିତ୍ ପ ।ତ୍ର ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.