ପରୀକ୍ଷା ବାତିଲ୍ ନେଇ ଜୋର ଧରିଲା ଆନ୍ଦୋଳନ : ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟ ଛାତ୍ରଛାତ୍ରୀ
9/06/2020 at 11:50 AM

ଭୁବନେଶ୍ବର ୯।୬: ରମାଦେବୀ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ପରେ ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟ ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ କରିବା ନଚେତ୍ ବିକଳ୍ପ ବ୍ୟବସ୍ଥା ଆପଣେଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ସ୍ଥିତିରେ ସରକାର ନିଜେ ଏହି ଦୁଇ ମାସ ଗୁରୁତ୍ବପୂର୍ଣ୍ଣ କହୁଥିବାବେଳେ ଜୁଲାଇ ଦ୍ବିତୀୟ ସପ୍ତାହରେ କିଭଳି ପରୀକ୍ଷା କରିବେ ସେ ନେଇ ପ୍ରଶ୍ନ କରିଛନ୍ତି ।

ଉତ୍କଳ ବିଶ୍ଵବିଦ୍ୟାଳୟ ଅନୁବନ୍ଧିତ ସମସ୍ତ ବିଶ୍ବବିଦ୍ୟାଳୟରେ ଜୁଲାଇ ୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜୋର ଧରିଛି ଛାତ୍ର ଆନ୍ଦୋଳନ । ପରୀକ୍ଷା ବାତିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାବି କରିଛନ୍ତି ।

ଦେଶ ସହ ରାଜ୍ୟରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏକାଠି ହୋଇ ପରୀକ୍ଷା ଦେବା ଓ ଗୋଟିଏ ହଷ୍ଟେଲରେ ରହିବା, ଏକାଠି ଖାଇବା ଓ ଅନ୍ୟାନ୍ୟ କାମ ଭିତରେ ସଂକ୍ରମଣର ସମ୍ଭାବନା ଅଧିକ ରହୁଛି । ଏଣୁ ବର୍ତ୍ତମାନ ସ୍ଥିତିରେ ପରୀକ୍ଷା କରିବା ଅର୍ଥାତ୍ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳିବା । ଏଣୁ ଏହାର ବିକଳ୍ପ ବ୍ୟବସ୍ଥା ରାଜ୍ୟ ସରକାର ଚିନ୍ତା କରନ୍ତୁ ଏବଂ ପରୀକ୍ଷା ବାତିଲ ହେଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।