Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପଦ୍ମପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଆଦିବାସୀଙ୍କ ସହ ନାଚିଲେ : ଦେଖନ୍ତୁ ଭିଡିଓ

17/10/2021 at 11:26 AM

ପଦ୍ମପୁର, ୧୭/୧୦: ଆଦିବାସୀମାନଙ୍କ ସହ କଲଙ୍ଗା ବଜାରରେ ନାଚିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱଶ୍ବର ଟୁଡୁ । ଯାହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ, ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଲୋକଙ୍କୁ ବୁଝାଉଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ଓ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ବରଗଡର ପଦ୍ମପୁର ଗସ୍ତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କୁ ପଦ୍ମପୁର ଉପଖଣ୍ଡ ବିଜାଡିହ ଛକ ଠାରେ ସ୍ବାଗତ କରାଯାଇଥିଲା । ଆଦିବାସୀ ସମ୍ପ୍ରଦାୟର ଲୋକେ ବାଜା ନେଇ ପହଁଚି ଆଦିବାସୀ ପରମ୍ପରା ଅନୁସାରେ ସ୍ବାଗତ କରିଥିଲେ । ଏହି ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ନିଜେ ନାଚିଥିଲେ । ଏହା ଦେଖି ଲୋକମାନେ ଖୁବ ଆନନ୍ଦିତ ହେବା ସହ ନିଜେ ମଧ୍ୟ ନାଚିଥିଲେ । ଏହି ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରେଙ୍ଗାଲି ବିଧାୟକ ନାଉରୀ ନାୟକ ଉପସ୍ଥିତ ଥିଲେ ।

   Related Posts