Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଳାପୋଲକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

11/09/2021 at 2:47 PM

ରାଇରଙ୍ଗପୁର, ୧୧।୦୯ :   ମୟୁରଭଞ୍ଜ ଜିଲ୍ଲା ବିଶୋଇରେ କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁଙ୍କ ଦ୍ଵାରା ଗୋଳା ପୋଲ ଉଦଘାଟିତ ।  ଜାତୀୟ ରାଜପଥ ୪୯ ରେ ନିର୍ମାଣଧୀନ ଏହି ଗୋଳା ପୋଲକୁ କେନ୍ଦ୍ର ମନ୍ତ୍ରୀ ଉଦଘାଟନ କରିଛନ୍ତି ।

ସୂଚନା ଅନୁସାରେ, ବିଶୋଇ ନିକଟ ଦେଇ ଚାରି ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଯାହା ଫଳରେ ଶହ ଶହ ମାଲ ବୋଝେଇ ଗାଡିର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବା ସହିତ ଦୁର୍ଘଟଣା ବୃଦ୍ଧି ପାଉଥିଲା । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ଏକ ଗୋଳା ପୋଲ ନିର୍ମାଣ ପାଇଁ ଆନ୍ଦୋଳନ କରି ଆସୁଥିଲେ।

ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ମୟୁରଭଞ୍ଜ ଆସିଥିବା  ବେଳେ କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁ  ବିଶୋଇରେ  ବହୁ ପ୍ରତୀକ୍ଷିତ ଗୋଳା ପୋଲକୁ ଉଦଘାଟନ କରିଛନ୍ତି।ଏହି ଅବସରରେ  ବିଜେପିର ବହୁ ବରିଷ୍ଠ ନେତାଙ୍କ ସହ ଶତାଧିକ କର୍ମୀ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀଙ୍କୁ ଶୋଭାଯାତ୍ରା ରେ ପାଛୋଟି ଆଣିଥିଲେ। ତେବେ ଗୋଳା ପୋଲ ସମ୍ପୂର୍ଣ୍ଣ ହୋଇ ନଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନକୁ ସାଧାରଣରେ ସମାଲୋଚନା କରାଯାଇଛି।

   Related Posts