ବିଜେଡିରେ ମିଶିଲେ ବିଶ୍ବରଞ୍ଜନ ମଲ୍ଲିକ, ୨୦୧୯ ନିର୍ବାଚନରେ ବରୀରୁ ବିଜେପି ବିଧାୟକ ପ୍ରାର୍ଥୀ ଥିଲେ

Published By : Prameya-News7 Bureau | October 29, 2021 IST

ଭୁବନେଶ୍ବର ୨୯।୧୦: ବିଜେଡିରେ ମିଶିଲେ ପୂର୍ବତନ ବିଜେପି ନେତା ବିଶ୍ବରଞ୍ଜନ ମଲ୍ଲିକ । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିଛନ୍ତି ବିଶ୍ବରଞ୍ଜନ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋ ସେ ବିଜେଡିରେ ମିଶିଛନ୍ତି ।

ଗତ ୨୦୧୯ ନିର୍ବାଚନରେ ବିଶ୍ବରଞ୍ଜନ ବରୀରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ । ବିଶ୍ବରଞ୍ଜନ ବିଜେଡିରେ ମିଶିବା ପରେ ବରୀରେ ଆହୁରି ଶକ୍ତିଶାଳୀ ହୋଇଛି ବିଜେଡି । ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗଦେଇଛନ୍ତି ।

ପ୍ରଥମେ କଂଗ୍ରେସ ଓ ପରେ ବିଜେପି ଦଳରେ ରହିଥିବା ବିଶ୍ବରଞ୍ଜନଙ୍କୁ ବରୀ ଅଞ୍ଚଳର ବିକାଶ କରିବାକୁ ସୁଯୋଗ ମିଳିଲା ନାହିଁ ବୋଲି ସେ କହିଥିଲେ । ଛାତ୍ର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଥିବାବେଳେ ଦୁଇ ଥର ପ୍ରତିଶ୍ରୁତି ଦେଇ ମଧ୍ୟ ତାଙ୍କୁ ଟିକେଟ୍ ଦିଆଯାଇନଥିଲା । ଏବେ ବିଜେଡ଼ିରେ ଯୋଗ ଦେବାପରେ ବରୀ ଅଞ୍ଚଳର ବିକାଶ ହେବ ବୋଲି ବିଜେଡ଼ି ନେତୃବୃନ୍ଦ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ବିଶ୍ବରଞ୍ଜନ କହିଥିଲେ । ବିଶ୍ବରଞ୍ଜନଙ୍କ ସହ ବରୀ ବ୍ଲକ୍‌ର ଚେୟାରମ୍ୟାନ୍, ଭାଇସ୍ ଚେୟାରମ୍ୟାନ୍, ଜିଲ୍ଲାପରିଷଦ ସଭ୍ୟ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.