ପିପିଲି ଉପନିର୍ବାଚନ, ଆଜି ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ

Published By : Prameya-News7 Bureau | April 26, 2021 IST

ପିପିଲି ୨୬।୦୪:  ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର । ପୂର୍ବାହ୍ନ ୧୦ଟାରେ ମଙ୍ଗଳପୁରସ୍ଥିତ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ପୁରୀ ଅଭିମୁଖେ ଯିବେ ବିଶ୍ବକେଶନ । ସମର୍ଥକଙ୍କ ସହ ଯାଇ ପୁରୀ ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ।

ତେବେ ଶ୍ରୀ ମହାପାତ୍ର ଏବେ ପୁରୀ ଜିଲ୍ଲା ସେବାଦଳର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବାବେଳେ ସେ ମଧ୍ୟ ପୁରୀ କୋର୍ଟରେ ଓକିଲାତି କରୁଛନ୍ତି। ତୃଣମୂଳସ୍ତରରେ ଦଳର ଜଣେ ଭଲ ସଂଗଠକ ଭାବେ ସେ ଜଣାଶୁଣା ଓ ଦଳ ପ୍ରତି ଆନୁଗତ୍ୟ ରହିଥିବାରୁ ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। 

ସୂଚନାଯୋଗ୍ୟ, ପିପିଲି ଉପ ନିର୍ବାଚନ ପାଇଁ ଗତ ଏପ୍ରିଲ ୧୭ ତାରିଖରେ ମତଦାନ ହେବାର ଥିଲା । କିନ୍ତୁ ଏପ୍ରିଲ ୧୪ ତାରିଖରେ କରୋନାରେ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ପରେ ନିର୍ବାଚନ କମିଶନର ପିପିଲି ନିର୍ବାଚନକୁ ବାତିଲ କରିଥିଲେ । ତେବେ ମେ ୧୩ରେ ମତଦାନ ହେବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ  ମେ ୧୬ରେ ମତଦାନ ହେବା ନେଇ ସାନି ବିଜ୍ଞପ୍ତି ଜାରି କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.