ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ

Published By : Prameya-News7 Bureau | April 23, 2021 IST

ଭୁବନେଶ୍ବର ୨୩/୦୪ : ପିପିଲି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ପ୍ରାର୍ଥୀ । ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ । ଏ ନେଇ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ମୁକୁଲ ଓ୍ବାସନିକ୍‌ । ବିଶ୍ବକେଶନ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳର ସଭାପତି ଥିଲେ ।

wp:embed {"url":"https://twitter.com/INCOdisha/status/1385623098867601411","type":"rich","providerNameSlug":"twitter","responsive":true,"className":""}
https://twitter.com/INCOdisha/status/1385623098867601411
/wp:embed

ସୂଚନାଯୋଗ୍ୟ, ପିପିଲି ଉପ ନିର୍ବାଚନ ପାଇଁ ଗତ ଏପ୍ରିଲ ୧୭ ତାରିଖରେ ମତଦାନ ହେବାର ଥିଲା । କିନ୍ତୁ ଏପ୍ରିଲ ୧୪ ତାରିଖରେ କରୋନାରେ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ପରେ ନିର୍ବାଚନ କମିଶନର ପିପିଲି ନିର୍ବାଚନକୁ ବାତିଲ କରିଥିଲେ । ତେବେ ମେ ୧୩ରେ ମତଦାନ ହେବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ  ମେ ୧୬ରେ ମତଦାନ ହେବା ନେଇ ସାନି ବିଜ୍ଞପ୍ତି ଜାରି କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.