ଝଲସୁଛି ବନ୍ଦର ନଗରୀ- ମହଲ ପରି ତୋରଣ ସହ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ସହର

Published By : Prameya-News7 Bureau | September 19, 2019 IST

ପାରାଦୀପ ୧୯।୦୯ - ପାରାଦୀପରେ ଜମୁଛି ବିଶ୍ବକର୍ମା ପୂଜା । ଆଲୋକ ମାଳାରେ ଝଲସୁଛି ବନ୍ଦର ନଗରୀ ।ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପରେ ଦେବ ଶିଳ୍ପୀଙ୍କ ଆଶୀଷ ନେବା ପରେ ମଉଜ ମସ୍ତିରେ ମାତିଯାଉଛନ୍ତି । ଚଟପଟି ଖାଦ୍ୟର ମଜା ନେବା ସହ କିଣାବିକା କରୁଛନ୍ତି ପୂଜା ବୁଲି ଆସୁଥିବା ଶ୍ରଦ୍ଧାଳୁ । 

{"id":159854}

ଝଲସୁଛି  ବନ୍ଦର ନଗରୀ । ଯୁଆଡ଼େ ଚାହିଁଲେ ମହଲ ଭଳି ତୋରଣ । ତାହାରି ଭିତରେ ପୂଜା ପାଉଛନ୍ତି ଦେବ ଶିଳ୍ପୀ । ରଂଗ ବେରଙ୍ଗ ଆଲୋକମାଳାରେ  ସଜେଇ ହୋଇଛି ପୁରା ସହର ।ବିଶ୍ବକର୍ମାଙ୍କ ଦର୍ଶନ ପରେ ସମସ୍ତେ ମାତି ଯାଉଛନ୍ତି ମଉଜ ମସ୍ତିରେ । କିଏ ଚଟପଟି ଖାଦ୍ୟ ଚାଉମିନ୍, ଗୁପ୍ ଚୁପ୍, ଚାଟ ଆଦିର ମଜା ନେଲାଣି ତ ଆଉ କିଏ ଘର କରଣା ଜିନିଷ କପ୍, ପ୍ଲେଟ୍, ଗ୍ଲାସ କିଣିବାରେ ବ୍ୟସ୍ତ । ପିଲା ତ ଦୋଳି ଖେଳୁଛନ୍ତି ଆଉ ଟଏ ଟ୍ରେନରେ ବସି ମଜା ନେଉଛନ୍ତି ।

{"id":159855}

ଦର୍ଶକଙ୍କ ମନୋରଂଜନର ପାଇଁ ମେଲୋଡି ମଧ୍ୟ କରାଯାଉଛି । ପାରାଦୀପ ଏବଂ ତାର ଆଖପାଖ ଅଞ୍ଚଳର ଲୋକେ  ପୂଜାର ମଜା ନେବାକୁ ଛୁଟିଆସୁଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରର ଉଠା ଦୋକାନୀ ଭଲ ବ୍ୟବସାୟ ଆଶାରେ ମେଳାଇଛନ୍ତି ପସରା  ।ଝିପ୍ ଝିପ୍ ବର୍ଷା ସତ୍ତ୍ବେ ଦ୍ବିତୀୟ ସଂଧ୍ୟାରେ ବେଶ ଭିଡ଼ ଜମିଥିଲା ଶ୍ରଦ୍ଧାଳୁଙ୍କର ।

ବର୍ଷକରେ ୭ ଦିନ ଜମେ ବିଶ୍ବକର୍ମା ପୂଜା । ଜଞ୍ଜାଳିଆ ଜୀବନରୁ ସମସ୍ତେ ବାହାରି ଟିକିଏ ମଉଜ ମସ୍ତିରେ ମାତିଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.