କୋଭିଡ଼ କଟକଣାରେ ବିଶ୍ୱକର୍ମା ପୂଜା : କମିଟି ଆଶା- ଭଲ ସମୟ ଆସିବ, ଆସନ୍ତାବର୍ଷ ଯାକଯମକରେ ହେବ ବିଶ୍ଵବିନ୍ଧାଣି ପୂଜା

Published By : Prameya-News7 Bureau | September 16, 2020 IST

ଅନୁଗୁଳ ୧୬।୦୯:  ଅନୁଗୁଳ ନାଲକୋ ନଗର ଖାଁ ଖାଁ। କୋଭିଡ କଟକଣାକୁ ଦେଖି ନାଲକୋ ନଗରରେ ବିଶ୍ଵବିନ୍ଧାଣି ବିଶ୍ଵକର୍ମାଙ୍କ ପୂଜା ଅର୍ଚ୍ଚନା ବନ୍ଦ। ନିରାଶ ଭକ୍ତ, ନିରାଶ ନାଲକୋର ବିଭିନ୍ନ ସଙ୍ଗଠନ। ତଥାପି ଆଶା, ଭଲ ସମୟ ଆସିବ। ଆସନ୍ତାବର୍ଷ ପୁଣି ଧୁମଧାମରେ ବିଶ୍ଵକର୍ମା ପୂଜା ହେବ ବୋଲି ଆଶା ରଖିଛନ୍ତି ନାଲକୋର କର୍ମଚାରୀ।

{"id":330220,"sizeSlug":"large"}

ଆଜି ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା । କିନ୍ତୁ ଅନୁଗୁଳ ନାଲକୋ ନଗର ଖାଁ ଖାଁ। ଚଳିତବର୍ଷ କୋଭିଡ କଟକଣାକୁ ଦେଖି ନାଲକୋ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସାର୍ବଜନୀନ ମଣ୍ଡପରେ ପୂଜା ନିଷିଦ୍ଧ କରିଛନ୍ତି। ଏହାକୁ ବିଭିନ୍ନ ସଂଗଠନ ମଧ୍ୟ ସ୍ବାଗତ ଜଣାଇ ଚଳିତବର୍ଷ ଖୋଲା ମଣ୍ଡପ ଗୁଡିକରେ ପୂଜା ବନ୍ଦ ହୋଇଛି। ପ୍ରତିବର୍ଷ ନାଲକୋରେ ବଡ଼ ବଡ଼ ୨୩ଟି ପୂଜା ମଣ୍ଡପରେ ୭ଦିନ ଧରି ଖୁବ ଯାକଜମକରେ ପୂଜା କରିଥାନ୍ତି ।

{"id":330221,"sizeSlug":"large"}

 ଆକର୍ଷଣୀୟ ସାଜସଜ୍ଜା ଏବଂ ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସି ଉଠିଥାଏ ପୂଜା ମଣ୍ଡପ। ମିନାବଜାର ଆଉ ପଲିଶ୍ରୀ ମେଳାରୁ ଲୋକମାନେ ଘର କରଣା ଜିନିଷ କିଣିବା ପାଇଁ ପ୍ରବଳ ଭିଡ ଲଗାଇଥାନ୍ତି। ପ୍ରତିଦିନ ଆଖପାଖ ଅଞ୍ଚଳର ହଜାର ହଜାର ଦେଖଣାହାରୀ ଭିଡ଼ ଜମାଇଥାନ୍ତି। କିନ୍ତୁ ଏ ବର୍ଷ ସବୁକିଛି ଖାଁ ଖାଁ। ପୂଜା ମଣ୍ଡପ ଗୁଡ଼ିକ ସେପରି ଅସଜଡ଼ା ହୋଇ ରହିଛି। ଘାସ ଉଠିସାରିଛି। କିନ୍ତୁ ସମସ୍ତ ପୂଜା କମିଟି ଆଶା ରଖିଛନ୍ତି ପୁଣି ଭଲ ସମୟ ଆସିବ, ଆସନ୍ତାବର୍ଷ ଯାକଯମକରେ ପୁଣି ଅନୁଗୁଳ ନାଲକୋ ନଗରରେ ପୂଜା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.