ବିଶ୍ବ ବିନ୍ଧାଣୀ ବିଶ୍ବକର୍ମାଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ

Published By : Prameya-News7 Bureau | September 16, 2019 IST

ପାରାଦୀପ ୧୫।୦୯- ରାତି ପାହିଲେ  ଅନୁଷ୍ଠିତ ହବ ବିଶ୍ବ ବିନ୍ଧାଣୀ ପ୍ରଭୁ ବିଶ୍ବକର୍ମାଙ୍କର ପୂଜା । ବନ୍ଦର ନଗରୀ ପାରାଦୀପ ଚଳଚଞ୍ଚଳ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆୟୋଜକଙ୍କ ଠାରୁ ପ୍ରଶାସନ ସମସ୍ତେ  ସୁରୁଖୁରୁରେ ପୂଜା ସାରିବାକୁ ତତ୍ପର ।

{"id":158581}

 ପାରାଦୀପର ଯୁଆଡ଼େ ଚାହିଁଲେ ଖାଲି ଆକର୍ଷଣୀୟ ତୋରଣ । ରାତି ପାହିଲେ ବିଶ୍ବ କର୍ମାଙ୍କ ପୂଜା । ଗତ ଏକ ମାସ ଧରି ଚାଲିଥିବା ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ।ସୁଉଚ୍ଚ ତୋରଣ ସାଙ୍ଗକୁ ରଂଗବେରଙ୍ଗର ଆଲୋକମାଳାରେ ଝଲସିବ ବନ୍ଦର ନଗରୀ ।ସାଜସଜ୍ଜାକୁ ନେଇ ବିଭିନ୍ନ କମିଟି ପକ୍ଷରୁ ଚାଲିଛି ପ୍ରତିଯୋଗିତା । ଆକର୍ଷଣୀୟ ତୋରଣ ଏବଂ ଲାଇଟ୍ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପୂଜା ମଣ୍ଡପରେ ଟ୍ରାଫିକ ସଚେତନାର ବାର୍ତ୍ତା ମଧ୍ୟ ରହିଛି । ପୂଜା ମଣ୍ଡପରେ ସବୁଜିମା ଜଙ୍ଗଲ, ପଶୁପକ୍ଷୀଙ୍କୁ  ଅନେକ ସାଜସଜ୍ଜା କରାଯାଇଛି ।

{"id":158582}

ଦୀର୍ଘ ବର୍ଷ ଧରି ପାରାଦୀପରେ ଧୁମଧାମରେ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହେଉଛି ।ପୂଜା ପାଇଁ ବନ୍ଦର ନଗରୀରେ ରାଜ୍ୟ ଏବଂ ରାଜ୍ୟ ବାହାର ବ୍ୟବସାୟୀଙ୍କ ଭିଡ଼ ଜମିଲାଣି । ସେପଟେ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି । ପୌର ପରିଷଦ ପିଇବା ପାଣି, ଶୌଚାଳୟର ବ୍ୟବସ୍ଥା ମଧ୍ୟ କରିଛି ।

{"id":158583}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.