ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସ୍ୱାମୀଙ୍କ ପାଇଁ କ୍ଷମା ପ୍ରାର୍ଥନା କଲେ ବିଶ୍ୱଜିତଙ୍କ ପତ୍ନୀ, କହିଲେ- ଭିଡିଓ ସେୟାରିଂରେ ତାଙ୍କ ସ୍ୱାମୀଙ୍କର ନଥିଲା ମନ୍ଦ ଉଦ୍ଦେଶ୍ୟ, ଏକ ପ୍ରତିଷ୍ଠିତ ଚ୍ୟାନେଲ ଏହାକୁ ଭାଇରାଲ କରିବା ଠିକ୍ ନୁହେଁ
11/08/2020 at 10:42 PM

ଭୁବନେଶ୍ୱର, ୧୧।୦୮: କରୋନା ସମ୍ବନ୍ଧରେ ଏକ ଅଡିଓ କ୍ଲିପ୍ ଭାଇରାଲ କରି ଗିରଫ ହୋଇଥିବା ବିଶ୍ୱଜିତ୍ ମହାନ୍ତିଙ୍କ ପତ୍ନୀ ସୁଲକ୍ଷଣା ମହାନ୍ତି ମୁହଁ ଖୋଲିଛନ୍ତି । ବିଶ୍ୱଜିତ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରି ନଥିବା ସେ କହିଛନ୍ତି । ଏପରିକି ବିଶ୍ୱଜିତଙ୍କୁ କ୍ଷମା କରିବାକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ସୁଲକ୍ଷଣା ସୋସିଆଲ ମିଡିଆରେ ଏକ ଭିଡିଓରେ କହିଛନ୍ତି ଯେ, ସେମାନେ ୨ ସାଙ୍ଗ କଥାବାର୍ତ୍ତା ହୋଇଥିଲେ । ଏହାକୁ ସେମାନେ କିଛି ଜଣଙ୍କୁ ସେୟାର ମଧ୍ୟ କରିଛନ୍ତି । ଏଥିରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ।କିନ୍ତୁ ଏକ ପ୍ରତିଷ୍ଠିତ ଚ୍ୟାନେଲ ଏହାକୁ ଭାଇରାଲ କରିବା ଠିକ୍ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ବିଶ୍ୱଜିତଙ୍କ ଦୋଷକୁ କ୍ଷମା କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏପରିକି ଦୋଷୀକୁ ମଧ୍ୟ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି ।
ସୂଚନାନୁସାରେ, ବିଶ୍ୱଜିତ୍ ଓ ତାଙ୍କର ଜଣେ ବନ୍ଧୁ କୋଭିଡ୍ ହସ୍ପିଟାଲ୍ ସମ୍ପର୍କରେ ଫୋନ୍ରେ କଥା ହୋଇ ଅଡିଓ ଭାଇରାଲ କରିଥିଲେ ।ଏହି ମାମଲାରେ ୨ଜଣ ବନ୍ଧୁଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଗିରଫଙ୍କ ମଧ୍ୟରୁ ଜଣେ ଅରଟେଲ୍ କର୍ମଚାରୀ ଥିବା ସୂଚନା ରହିଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଅରଟେଲ୍ କର୍ମଚାରୀ ଥିବା ମଧ୍ୟ କହିଥିବା ସୂଚନା ରହିଛି । ଏପରିକି ଏହି ଅଡିଓକୁ କିଛି ଗଣମାଧ୍ୟମ ପ୍ରସାରିତ କରିଥିଲେ । ଯାହାକୁ ନେଇ ସେମାନଙ୍କ ବିରୋଧରେ ପୋଲିସ ଆକ୍ସନ ନେଇଛି । ଏପରିକି କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ସେହି ଗଣମାଧ୍ୟମ ବିରୋଧରେ ମାନହାନୀ ମୋକଦ୍ଦମା କରିଛନ୍ତି ।
ତେବେ ଗିରଫ ହୋଇଥିବା ୨ଜଣଙ୍କୁ ପଚରାଉଚରା ଜାରି ରହିଛି । କାହା ପ୍ରରୋଚନାରେ ଏଭଳି ଯୋଜନାବଦ୍ଧ ଭାବରେ ଅଡିଓ ଭାଇରାଲ କରାଇଥିଲେ , ଏବଂ ଏହା ପଛରେ ଆଉ କ’ଣ ରହିଛି ଷଡ଼ଯନ୍ତ୍ର । କମିଶନରେଟ ପୋଲିସ ତାହାର ଖୋଳତାଡ଼ ଜାରି ରହିଛି । ସେହିପରି ଅଡିଓକୁ ଯେଉଁମାନେ ବିଭିନ୍ନ ହ୍ବାଟ୍ସ୍ ଆପ୍ ଗ୍ରୁପ୍ରେ ଭାଇରାଲ କରାଇଥିଲେ, ସେହି ଗ୍ରୁପ୍ର ଆଡ୍ମିନ୍ ମଧ୍ୟ ପୁଲିସ ସ୍କାନରକୁ ଆସିଥିବା ଜଣାପଡିଛି ।