ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବା ପ୍ରସଙ୍ଗ ; ବିଶ୍ବଭୂଷଣ କହିଲେ ରାଜନୀତିରୁ ସେ ନେବେ ସନ୍ୟାସ, ପୁଅ ପୃଥ୍ବୀ ଯିବେ ଚିଲିକା

Published By : Prameya-News7 Bureau | November 23, 2018 IST

ଭୁବନେଶ୍ବର ୨୩|୧୧:  ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦାନ କରିବା ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅପରାଜିତା ଆଜି ସକାଳେ ତାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ତାଙ୍କୁ ସ୍ବାଗତ କରୁଛି । ଦଳର ଯେକୌଣସି ଦାୟିତ୍ବରେ ରହିଲେ ମଧ୍ୟ ତାଙ୍କୁ ପୂର୍ଣ୍ଣ ସହଯୋଗ କରାଯିବ । ଅପରାଜିତା ବିଜେପିରେ ଯୋଗଦେବା ପରେ ସେ ଭୁବନେଶ୍ବର ଆସନରୁ ଲଢିପାରନ୍ତି ବୋଲି ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ, ଭୁବନେଶ୍ବର ଆସନରୁ ବିଶ୍ବଭୂଷଣ ବିଶ୍ବଭୂଷଣ ଲଢି ଆସୁଛନ୍ତି ଏବଂ ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଭୁବନେଶ୍ବର ଆସନ ପାଇଁ ଆଶାୟୀ । ଅପରାଜିତା ଦଳରେ ଯୋଗଦେବା ପରେ ଭୁବନେଶ୍ବର ଆସନକୁ ନେଇ ବିବାଦ ଉପୁଜିପାରେ ବୋଲି ଆଲୋଚନା ହେଉଥିଲା । ତେବେ ଏନେଇ ବିଶ୍ବଭୂଷଣ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସେ ଆଉ ଭୋଟ୍ ରାଜନୀତିରେ ଅଂଶଗ୍ରହଣ କରିବେ ନାହିଁ । ସେହିଭଳି ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଏଥର ଚିଲିକାରୁ ପ୍ରାର୍ଥୀ ହେବା ପାଇଁ ମନସ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏକଦା ଭୁବନେଶ୍ବର ମହାନଗର ନିଗମର କମିଶନର ଥିବା ଅପରାଜିତା ଷଡଙ୍ଗୀ ଭୁବନେଶ୍ବରବାସୀଙ୍କ ମଧ୍ୟ ବେଶ୍ ଲୋକପ୍ରିୟ ଥିଲେ । ରାଜନୀତିରେ ଯୋଗଦେବା ପାଇଁ ସେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ସେ ବିଜେପିରେ ଯୋଗଦେବା ଶାସକ ବିଜେଡି ପାଇଁ ନିଶ୍ଚୟ ଘାତକ ସାବ୍ୟସ୍ତ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.