ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

Published By : Prameya-News7 Bureau | July 11, 2021 IST

ଭଦ୍ରକ,୧୧/୦୭: ଭଦ୍ରକ ଜିଲ୍ଲା ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟକ ବର୍ଷ ଜୁଲାଇ ମାସ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳିତ କରାଯାଏ । 

ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶିବାଶିଷ ମହାରଣା ପତାକା ଦେଖାଇ ଶୁଭାରମ୍ବ କରିଥିଲେ । ତେବେ  ଜୁନ ୨୭ରୁ ଜୁଲାଇ ୧୦ ଯାଏଁ ଜନସଂଖ୍ୟା ଦିବସ ବାବଦରେ ଲୋକଙ୍କୁ  ସଚେତନ କରାଯାଇଛି । ସଚେତନତା ଗାଡି ଗାଁ ଗାଁ ବୁଲି ଜନସଂଖ୍ୟା ବୃଦ୍ଧିର ଅପକାରିତା ଓ ଜନସଂଖ୍ୟା ବୃଦ୍ଧିକୁ ବନ୍ଦ କରିବା ନେଇ ସଚେତନତା ସୃଷ୍ଟି କରିଥିଲା ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.