ବିସଲେରୀ ବିଜ୍ଞାପନକୁ ବିରୋଧ, ବିରୋଧୀଙ୍କ ଆକ୍ଷେପ- 'ଗରିବ ଓ ଶିକ୍ଷକଙ୍କୁ କରାଯାଇଛି ଅପମାନ'

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ,୨୯/୦୪:  ଅଡୁଆରେ ବିସଲେରୀ । ବିଜ୍ଞାପନକୁ ନେଇ ତାତିଲେ ଶିକ୍ଷକ । ପାଣି ବୋତଲ କମ୍ପାନୀ ବିସଲେରୀ ଏଖ ବିଜ୍ଞାପନକୁ ନେଇ ବିବାଦରେ ଫସିଛି । ଶିକ୍ଷକମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି ।

ଶିକ୍ଷକଙ୍କ କହିବାନୁସାରେ, ବିଜ୍ଞାପନରେ ଶିକ୍ଷକଙ୍କୁ ମୁର୍ଖ ବୋଲି ଦର୍ଶାଯାଇଛି । ଏହାସହ ମାଟିପାତ୍ର ବଦଳରେ ପାଣି ବୋତଲ ପ୍ରଚାର କରି ଗରିବଙ୍କ ଅପମାନ କରାଯାଇଛି । ସାଧାରଣତଃ କର୍ପୋରେଟ୍ କମ୍ପାନୀମାନେ ସାଧାରଣ ଲୋକଙ୍କୁ କିଛି ମେସେଜ୍ ଦେଲା ଭଳି ବିଜ୍ଞାପନ ଦେଇଥାନ୍ତି । କିନ୍ତୁ ଏହି ବିଜ୍ଞାପନ ଶିକ୍ଷକଙ୍କ ପ୍ରତି ଅପମାନ । ଏପରିକି ଜ୍ଞାନକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି ।

ବିଜ୍ଞାପନରେ ଓଟକୁ ଛାତ୍ର ଭାବେ ଦର୍ଶାଯାଇଛି । ଏଥିରେ ମାଟି ପାତ୍ରରେ ଥିବା ପାଣିର ଅପମାନ କରାଯାଇଛି । ଶିକ୍ଷକ ସଙ୍ଗଠନ ଏହାକୁ ବିରୋଧ କରି ବହିଷ୍କାର କରିବାକୁ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ସୋସିଆଲ ମିଡିଆରେ ବୟକଟବିସଲେରୀ ଟ୍ରେଣ୍ଡ୍ କରିଛି । ରାଜସ୍ଥାନ ବ୍ୟତୀତ ଗୁଜୁରାଟରେ ମଧ୍ୟ ଏହାକୁ ବିରୋଧ କରାଯାଇଛି । ଏବେ ବିସଲେରୀକୁ ବାଏବାଏ କହିବା ସମୟ ଆସିଯାଇଛି ବୋଲି କେହିକେହି ସୋସିଆଲ ମିଡିଆ ୟୁଜର କହିଛନ୍ତି ।

ଧୋଲପୁର ଜିଲ୍ଲାପାଳ ଆରକେ ଜାୟସଓ୍ୱାଲ ମଧ୍ୟ ବୁଧବାର ସୋସିଆଲ ମିଡିଆରେ ବିଜ୍ଞାପନକୁ ବିରୋଧ କରିବା ସହ ମାଟି ପାତ୍ରର ଫଟୋ ସେୟାର କରିଛନ୍ତି । ମାଟି ପାତ୍ର ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି ସେ କହିଛନ୍ତି । ଆହୁରି ଅନେକ ଶିକ୍ଷକ ସଙ୍ଗଠନ ଏହି ବିଜ୍ଞାପନ ବିରୋଧରେ ସ୍ୱାର ଉତ୍ତୋଳନ କରିବା ସହ କମ୍ପାନୀ ଏହାକୁ ପ୍ରତ୍ୟାହାର କରୁ ବୋଲି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.