Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ମାଆ ମୁଁ ଆଇଏଏସ୍‌ ହେଲି: ସିଲେଇ କରି ପରିବାର ପୋଷୁଥିବା ମାଆର ଶ୍ରମ ସାର୍ଥକ କଲେ ବିଶ୍ବରଞ୍ଜନ

4/08/2020 at 9:38 PM

ଜଗତସିଂହପୁର୪/୮: ମାଆ ମୁଁ ଆଇଏଏସ ହେଲି । ପରୀକ୍ଷାରେ ମୁଁ କୃତକାର୍ଯ୍ୟ ହୋଇଛି । ତୁମ ସ୍ବପ୍ନ ପୂରଣ ହୋଇଛି । ସିଲେଇ କରି ମାଆ ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ତାଙ୍କ ଦୀର୍ଘ ବର୍ଷର ପରିଶ୍ରମ ଏବେ ଭାଗ୍ୟର ସବୁ ଚିରାଫଟା ଦାଗକୁ ଲିଭେଇ ଦେଇଛି। ଚଳିତ ବର୍ଷ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କୁମାର ବିଶ୍ବରଞ୍ଜନ। କିନ୍ତୁ ଗୋଟେ ମାଆର ପରିଶ୍ରମ ଆଜି ସାର୍ଥକ ହୋଇଛି। ଦିନରାତି ଏକ କରି ପୁଅ ଆଜି ମଣିଷ କରିଛି ଜଣେ ମାଆ। ଆଜି ୟୁପିଏସସି ରେଜଲ୍ଟ ବାହାରିବା ପରେ ପରିବାର ଭିତରେ ଖୁସିର ଲହରୀ ଖେଳି ଯାଇଛି। ରାତିଦିନ ଏକ କରି ପୁଅ ପାଠ ପଢ଼ାଇଥିବା ମାଆ ଆଜି ଖୁସିରେ ଫାଟି ପଡୁଛନ୍ତି।

ପ୍ରକାଶ ପାଇଛି ୨୦୧୯ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ବା ୟୁପିଏସ୍‌ସି ସିଭିଲ୍ ସର୍ଭିସର ପରୀକ୍ଷା ଫଳ । ଏଥର ମୋଟ୍ ୮୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ଟପ୍ କରିଛନ୍ତି ହରିୟାଣାର ପ୍ରଦୀପ ସିଂହ । ଗତ ଥର ମଧ୍ୟ ସେ ୟୁପିଏସଏସି କ୍ଲିୟର କରିଥିଲେ। ଆଉ ଆଜି ପ୍ରଦୀପ ଦେଶରେ ଟପ୍ପର ହେବା ପୂରା ଦେଶ ପାଇଁ ଗୌରବ ହୋଇଛନ୍ତି। ଯତୀନ କିଶୋର ଦ୍ବିତୀୟ ସ୍ଥାନରେ ଥିବାବେଳେ ପ୍ରତିଭା ବର୍ମା ତୃତୀୟ ସ୍ଥାନରେ ଅଛନ୍ତି ।

   Related Posts