ବାଣ ଗୋଦାମରେ ବିସ୍ଫୋରଣ, ଉଡିଗଲା ଘରର ସଂପୂର୍ଣ୍ଣ ଛାତ

Published By : Prameya-News7 Bureau | June 03, 2021 IST

ନିମାପଡ଼ା ୦୩।୦୬: ବାଣ ଗୋଦାମରେ ବିସ୍ଫୋରଣ । ବିସ୍ଫୋରଣ ଯୋଗୁ ହୁତୁ ହୋଇ ଜଳୁଛି ବାଣ ଗୋଦାମ । ପୁରୀ ଜିଲ୍ଲା ନିମାପଡା ଥାନା ବ୍ରହ୍ମକୁଣ୍ଡି ଗାଁରେ ଘଟିଛି ଘଟଣା । ଗାଁ ମୁଣ୍ଡରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଘରର ଛାତ ସଂପୂର୍ଣ୍ଣ ଉଡ଼ିଯାଇଛି । ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ସହ ଜଳୁଛି ବାଣ ଗୋଦାମ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଲାଗିଛି । ଖବର ପାଇବା ମାତ୍ର ୫ ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.