ବିରୋଧୀ ଦଳ ଉପନେତା ହେଲେ ବିଷ୍ଣୁଚରଣ ସେଠୀ ଓ ମୁଖ୍ୟ ସଚେତକ ହେଲେ ମୋହନ ମାଝି
29/06/2019 at 1:35 PM

ଭୁବନେଶ୍ବର ୨୯|୬: ବିରୋଧୀ ଦଳ ଉପନେତା ହୋଇଛନ୍ତି ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀ । ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝି ।
ଚଳିତ ଥର ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଛି । ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ହୋଇଛନ୍ତି । ପୂର୍ବରୁ ବିରୋଧୀ ଦଳ ନେତା ଚୟନ ନେଇ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଚଳିତ ଥର ବିଧାନସଭାରେ ବିଜେପିର ୨୩ ଜଣ ସଦସ୍ୟ ଥିବାବେଳେ କଂଗ୍ରେସ ୯ ଜଣ ସଦସ୍ୟ ରହିଛନ୍ତି । ଗତ ଥର କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ରହିଥିଲା ।