Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନରସିଂହ ମିଶ୍ରଙ୍କୁ କଡା ଜବାବ ଦେଲେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ

3/08/2019 at 1:24 PM

ଭୁବନେଶ୍ବର ୩|୮: କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ କଡା ଜବାବ ଦେଲେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ । ପ୍ରଣବ ମୁଖାର୍ଜୀଙ୍କ ଭଳି ନେତା ଆରଏସଏସ କର୍ମୀଙ୍କୁ ଦିଗଦର୍ଶନ ଦେବା ପାଇଁ ସଂଘ କାର୍ଯ୍ୟାଳୟ ନାଗପୁର ଯାଇଥିଲେ ।

ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିଲା। କଂଗ୍ରେସ ନା ନ ନେଇ ନରସିଂହଙ୍କ ଆଡକୁ ଇଙ୍ଗିତ କରିଥିଲେ ବିଷ୍ଣୁ । ବିଷ୍ଣୁ କହିଥିଲେ ମହାତ୍ମା ଗାନ୍ଧୀ ମଧ୍ୟ ଆରଏସଏସ କ୍ୟାମ୍ପକୁ ଯାଇ ସାମାଜିକ ସମାରସଦା ଦେଖି ମୁଗ୍ଧ ହୋଇ ଫେରିଥିଲେ। 

ଦେଶ ବିଭାଜନ ବେଳେ ନୂଆଖଳିରେ ବସି ଗାନ୍ଧୀ କାହିଁକି କାନ୍ଦୁଥିଲେ ବୋଲି ପ୍ରଶ୍ନ ଛଳରେ କଂଗ୍ରେସକୁ ତୀର ମାରିଥିଲେ ବିଜେପି ନେତା ବିଷ୍ଣୁ ସେଠୀ  । ଶିଖ୍ ଦଙ୍ଗା କଥା ଉଠାଇ କଂଗ୍ରେସ ଉପରେ ହମଲା କରିଥିଲା ବିଜେପି ।

   Related Posts