Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଖୁବ୍ ଶୀଘ୍ର ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ମୁକୁଳାଯାଉ : ବିଷ୍ଣୁ ସେଠୀ

10/04/2021 at 12:35 PM

ଭୁବନେଶ୍ବର ୧୦।୪: ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ଶୀଘ୍ର ଜେଲରୁ ମୁକିଳାଇବା ପାଇଁ ଦାବି କଲେ ବିଜେପି ନେତା ବିଷ୍ଣୁ ସେଠୀ । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଶ୍ରୀମନ୍ଦିରର ନିୟମ ଭଙ୍ଗ ଅଭିଯୋଗରେ ଚୌଦ୍ବାର ଜେଲରେ ରଖାଯାଇଥିଲା । ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା।

ନାଗା ସାଧୁ ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ତୁମ୍ଭନାଥ ସୁବୁଦ୍ଧି । ୮ ବର୍ଷ ଧରି ସନ୍ନ୍ୟାସ ଭାବରେ ଦୀକ୍ଷିତ। ହିନ୍ଦୁ ଧର୍ମ ଉପରେ ଆକ୍ରମଣ ହେଲେ ନାଗା ସାଧୁ ପ୍ରତିହତ ପାଇଁ ସୃଷ୍ଟି । ତାଙ୍କ ଉପରେ ଅତ୍ୟାଚାରକୁ ଆମେ ବିରୋଧ କରୁଛୁ। ହିନ୍ଦୁ ଧର୍ମ ଉପରେ ଆକ୍ରମଣ ବେଳେ ପଦକ୍ଷେପ ନନେଉଥିବାବେଳେ ଅନ୍ୟ କ୍ଷୁଦ୍ର ଧର୍ମ ଉପରେ ଆକ୍ରମଣ ବେଳେ କଠୋର ପଦକ୍ଷେପ ନିଆଯାଉଛି । ତୁରନ୍ତ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯିବା ସହିତ ଏଭଳି ହିନ୍ଦୁ ସନ୍ଥଙ୍କ ଉପରେ ପଦକ୍ଷେପ ଆଗକୁ ନନେବା ପାଇଁ ସେ ଦାବି କରିଛନ୍ତି। ଯେତେବେଳେ ହିନ୍ଦୁ ଧର୍ମ ଉପରେ ଆକ୍ରମଣ ହେଉଛି କେହି ବିରୋଧ କିମ୍ବା ପ୍ରତିହତ କରିବା ପାଇଁ ଆଗକୁ ଆସୁନାହାନ୍ତି । ନାଗା ସାଧୁଙ୍କୁ ଖୁବ୍ ଶୀଘ୍ର ଖଲାସ କରାଯାଉ ।  ସେ ପାଗଳ କି ନୁହେଁ ଏକ ଡାକ୍ତରୀ ଦଳ ସ୍ପଷ୍ଟ କରନ୍ତୁ । ତାଙ୍କର ସଠିକ୍ ଚିକିତ୍ସା ପାଇଁ ବିଷ୍ଣୁ ଦାସ ଦାବି କରିଛନ୍ତି ।  ଶ୍ରୀମନ୍ଦିର ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ସାମ୍ନାକୁ ଆଣୁଥିବା କାରଣରୁ ଆକ୍ରୋଶର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି ।

   Related Posts