ତେଜିଲା ଜଗତସିଂହପୁର ରାଜନୀତି : ତିର୍ତୋଲ ଆସନ ପାଇଁ ବିଷ୍ଣୁ ରାଜଶ୍ରୀ ମୁହାଁମୁହିଁ
25/03/2019 at 8:50 AM

ଭୁବନେଶ୍ୱର ୨୫/୩ : ତେଜିଲା ଜଗତସିଂହପୁର ରାଜନୀତି | ଟିକେଟ ମିଳିବ ଆଗରୁ ପଦାରେ ପଡିଲା ଦଳୀୟ କନ୍ଦଳ | ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଏବଂ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ମଧ୍ୟରେ ପରସ୍ପର କଥା କଟାକଟି ଦେଖିବାକୁ ମିଳିଛି | ବିଷ୍ଣୁ ଦାସ କହିଛନ୍ତି ଯେ, ସେ ତିର୍ତୋଲରୁ ଲଢ଼ିବାକୁ ଚାହୁଁଛନ୍ତି | ତିର୍ତୋଲରୁ ଲଢ଼ିବା ନେଇ ବିଷ୍ଣୁ ରାଜଶ୍ରୀ ମୁହାଁମୁହିଁ ହୋଇଛନ୍ତି | ଜଗତସିଂହପୁର ନୁହେଁ ବରଂ ତିରୋଲରୁ ଲଢ଼ିବା ନେଇ ଆଗ୍ରହୀ ବୋଲି ବିଜେଡି ସୁପ୍ରିମୋ ନବୀନଙ୍କୁ ଜଣାଇଛନ୍ତି ବିଷ୍ଣୁ ଦାସ | ଜଗତସିଂହପୁର ବିଧାନସଭା ଆସନରୁ ଅମରେନ୍ଦ୍ର ଦାସଙ୍କ ନାଁ ସୁପାରିଶ କରାଯାଇଛି |
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021