ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ପାରାଦୀପରୁ ଲଢ଼ିବା ପାଇଁ ବିଷ୍ଣୁ ଦାସ ପ୍ରକାଶ କଲେ ଆଗ୍ରହ :୨୦୧୯ରେ ଜଗତସିଂହପୁରର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡି ହାରିବ କହିଲେ ଦାମ

19/09/2018 at 4:14 PM

ଭୂବନେଶ୍ୱର ୧୯/୦ : ଦିନେ ଦୁଇ ଦିନର ବ୍ୟବଧାନ ପରେ ଆଜି ପୁଣି ପାଲା ମୈଦାନକୁ ଓହ୍ଲାଇଛନ୍ତି ଦାମ ଓ ବିଷ୍ଣୁ | ଦଳରୁ ପାରାଦୀପ ବିଧାୟକ ଦାମୋଦର ରାଉତ ବହିଷ୍କାର ହେବା ପରେ ବିଷ୍ଣୁ ଦାସ ଏବେ ସେହି ଆସନରୁ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି | ଦଳରୁ ବିତାଡିତ ହେବା ପରେ ଡ. ଦାମୋଦର ରାଉତଙ୍କ ପାରାଦୀପ ନିର୍ବାଚନ ମଣ୍ଡଳୀରେ କୌଣସି ପତିଆରା ଓ ଲୋକପ୍ରିୟତା ନାହିଁ ବୋଲି କହିଛନ୍ତି ବିଷ୍ଣୁ | ତେଣୁ ଯଦି ମୁଖ୍ୟମନ୍ତ୍ରୀ ଚାହାନ୍ତି ତାହେଲେ ସେ ଏହି ଆସନରୁ ପ୍ରାର୍ଥୀ ହେବେ | ଅପରପକ୍ଷରେ ବିଷ୍ଣୁଙ୍କର ଏଭଳି ଆଗ୍ରହକୁ ଦାମ କଟାକ୍ଷ କରିଛନ୍ତି | କହିଛନ୍ତି ଯେ, ପାରାଦୀପ କଣ ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ନିର୍ବାଚନରେ ବିଜେଡି ପରାଜିତ ହେବ | ଏଠି ସହିତ ବିଶୁଙ୍କୁ ଅତି ନଗଣ୍ୟ ବୋଲି ଦର୍ଶାଇ ତାଙ୍କ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ସେ ଉଚିତ ମଣୁନଥିବା ମଧ୍ୟ କହିଛନ୍ତି | ଅନ୍ୟ ପକ୍ଷରେ କୋଣାର୍କ, ଶ୍ରୀମନ୍ଦିର ଓ ଓଡିଶା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଦାମ କହିଛନ୍ତି ଯେ, ଯେଉଁ ଲୋକ ଏହି ମନ୍ତବ୍ୟ ଦେଇଛନ୍ତି ସେ ଦୋଷୀ | କାର୍ଯ୍ୟାନୁଷ୍ଠାନ ନେବାର ଅଛି ତା ତାଙ୍କ ବିରୋଧରେ ନିଅ | ଅଯଥା ଆଉ କାହାକୁ ତା’ ଭିତରକୁ ଟାଣିବା ଠିକ ନୁହେଁ |

   Related Posts