Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହେବା ପ୍ରସଙ୍ଗରେ ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକ, କିଏ କାହାକୁ କଣ କହିଲେ ଜାଣନ୍ତୁ…

24/03/2019 at 3:08 PM

ଭୁବନେଶ୍ବର ୨୪|୩ : ପୁଣି ମୁହାଁମୁହିଁ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ ଏବଂ ରାଜଶ୍ରୀ ମଲ୍ଲିକ । ତିର୍ତ୍ତୋଲ ଆସନରୁ ଲଢ଼ିବା ନେଇ ଉଭୟ ବିଷ୍ଣୁ-ରାଜଶ୍ରୀ ମୁହାଁମୁହିଁ ହୋଇଛନ୍ତି । ବିଷ୍ଣୁ ଦାସ କହିଛନ୍ତି ସେ ଜଗତସିଂହପୁର ନୁହେଁ ତିର୍ତ୍ତୋଲରୁ ଲଢିବାକୁ ଚାହୁଁଛନ୍ତି । ଏନେଇ ଦଳ ସଭାପତିଙ୍କୁ ମଧ୍ୟ ସେ ଜଣାଇସାରିଥିବା ପ୍ରକାଶ କରିଛନ୍ତି । ସେ ତିର୍ତ୍ତୋଲରୁ ଲଢିଲେ ରାଜଶ୍ରୀ ମଲ୍ଲିକ କୁଆଡେ ଯିବେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ରାଜଶ୍ରୀ କଣ କରିବେ ସେ ଜାଣିନାହାନ୍ତି ।

ଜଗତସିଂହପୁରରୁ ପ୍ରାର୍ଥୀ କରିବା ପାଇଁ ଅମରେନ୍ଦ୍ର ଦାସଙ୍କ ନାଁ ସେ ସୁପାରିଶ କରିଛନ୍ତି । ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗଦେବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁ । ସେ କହିଛନ୍ତି ବିଜେଡିରୁ ବହିଷ୍କୃତ ହେବା ପରେ ଶୁଖିଲା ପଦ୍ମ ନାଡକୁ ଧରିଛନ୍ତି ଦାମ । ଶେଷରେ ସମୁଦ୍ରରେ ବୁଡିବେ ଦାମବାବୁ  ।

ସେପଟେ ବିଷ୍ଣୁ ଦାସଙ୍କ ଏଭଳି ମନ୍ତବ୍ୟ ନେଇ କ୍ଷୁବ୍ଧ ହୋଇଛନ୍ତି ରାଜଶ୍ରୀ ମଲ୍ଲିକ । ବିଷ୍ଣୁ ଜଣେ ବିଶୃଙ୍ଖଳାକାରୀ ବୋଲି କହିଛନ୍ତି ରାଜଶ୍ରୀ । ସେ ଛାନିଆ ହୋଇ ନିଜର ପ୍ରଚାର ପ୍ରସାର କାହିଁକି କରୁଛନ୍ତି ।  ବିଷ୍ଣୁ ବିଶୃଙ୍ଖଳା କରି ପୂରା ଜିଲ୍ଲାକୁ ନଷ୍ଟ କରିସାରିଲେଣି ବୋଲି ରାଜଶ୍ରୀ କହିଛନ୍ତି । ତିର୍ତ୍ତୋଲ ପାଇଁ ସେ ବହୁତ କାମ କରିଛନ୍ତି ଏବଂ ସେ ଆଶାୟୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଟିକଟ କିଏ ପାଇବ ତାହା କହିବାକୁ ବିଷ୍ଣୁ କିଏ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସେ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ।ବିଷ୍ଣୁ ଓ ଦାମଙ୍କ କଳି ଗୋଟେ ସମୟରେ ରାଜନୈତିକ ମହୋଲକୁ ସରଗରମ କରୁଥିଲା । ଦାମ ବାବୁ ବିଜେଡିକୁ ଯିବାପରେ ସେ ଅଧ୍ୟାୟର ପରିସମାପ୍ତି ଘଟିଥିଲା । ତେବେ ଏବେ ବିଷ୍ଣୁ ଏବଂ ରାଜଶ୍ରୀ ଙ୍କ ମଧ୍ୟରେ କଥା କଟାକଟି ସେ ଶୂନ୍ୟସ୍ଥାନକୁ ପୂରଣ କରିବା ସହ ରାଜନୀତିରେ ଆଗ୍ରହ ରଖୁଥିବା ଲୋକଙ୍କୁ ଆଲୋଚନା ଓ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାଇଛି ।

   Related Posts