ଧୋନୀଙ୍କୁ ବେଦୀଙ୍କ ତୀକ୍ଷ୍ଣ ମନ୍ତବ୍ୟ : କେବଳ ୫୦ ପ୍ରତିଶତ ଜୋରିମାନା ଦେଇ କେମିତି ଖସିଗଲେ ଧୋନୀ

Published By : Prameya-News7 Bureau | April 13, 2019 IST

ଜୟପୁର ୧୩/୪ : ପୂର୍ବତ୍ତନ ଭାରତୀୟ କ୍ରିକେଟ ଅଧିନାୟକ ବିସନ ସିଂହ ବେଦୀ 'ଡରପୋକ' ଅଧିକାରୀଙ୍କୁ ନେଇ ତୀକ୍ଷ୍ଣ ମନ୍ତବ୍ୟ ଦେଇଛନ୍ତି | ଯେଉଁ ଅଧିକାରୀମାନେ ଚେନ୍ନାଇ ସୁପରକିଙ୍ଗର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାତ୍ର ୫୦ ପ୍ରତିଶତ ଜୋରିମାନା ଲଗାଇଥିଲେ | ଉପରେ ଆଇପିଏଲ ମ୍ୟାଚ ବେଳେ ପଡିଆରେ ଥିବା ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବା ଅଭିଯୋଗରେ ଧୋନୀଙ୍କୁ ୫୦ ପ୍ରତିଶତ ଜୋରିମାନା ଲଗାଯାଇଥିଲା | ଯାହାକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ବିସନ ସିଂହ ବେଦୀ |

{"id":103105}


ବେଦୀ ଟ୍ୱିଟ କରି କହିଛନ୍ତି ଯେ, ଧୋନୀ ପଡିଆ ଭିତରକୁ ଅମ୍ପାୟାରଙ୍କ ଆସିବାକୁ ନେଇ ବିରୋଧ କରିଥିଲେ | ତଥାପି ଧୋନୀଙ୍କୁ ୫୦ ପ୍ରତିଶତ ଜୋରିମାନା ଦେବାକୁ କୁହାଯାଇଥିଲା | ଅଧିକାରୀଙ୍କ ଏହିଭଳି ଡରପୋକ ମନୋଭାବ ପ୍ରତି ସେ ଚିନ୍ତା ବ୍ୟକ୍ତ କରିଛନ୍ତି |

{"id":103103}


ଜୟପୁରରେ ଚେନ୍ନାଇ ସୁପରକିଙ୍ଗ ଏବଂ ରାଜସ୍ଥାନ ରୋୟାଲଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବେଳେ ଏହି ଘଟଣା ଘଟିଥିଲା | ପୂର୍ବତନ କ୍ରିକେଟ ଖେଳାଳୀ ଏବଂ କମେଣ୍ଟଟେଟର ସଞ୍ଜୟ ମାଞ୍ଜରେକରଙ୍କ କହିବାନୁଯାୟୀ, ଧୋନୀ ଅମ୍ପାୟାରଙ୍କ ସହ କରିଥିବା ଯୁକ୍ତିତର୍କ ପରେ ଶସ୍ତାରେ ବାହାରି ଆସିଥିଲେ | ମାଞ୍ଜରେକର ଟ୍ୱିଟ କରି କହିଛନ୍ତି ଯେ, ସେ ଧୋନୀଙ୍କ ପ୍ରଶଂସକ | କିନ୍ତୁ ଏଥର ସେ ସିଧାସଳଖ ଲକ୍ଷ୍ମଣରେଖା ପରି କରିଦେଇଛନ୍ତି | ସେ ଭାଗ୍ୟଶାଳୀ ଯେ ତାଙ୍କୁ ବହୁତ ଛୋଟ ଜୋରିମାନା ଦେବାକୁ ପଡିଲା |

{"id":103104}


ବର୍ତମାନ ଆଇପିଏଲ ସିରିଜରେ ଅମ୍ପାୟାରିଂ ସ୍ଥର ଲଗାତାର ଚର୍ଚ୍ଚାରେ ରହିଛି | ମୁମ୍ବାଇ ଇଂଡିଆନ୍ସର ସଂଚାଳନ ନିର୍ଦେଶକ ଏବଂ ପୂର୍ବତନ ବୋଲର ଜାହିର ଖାନଙ୍କ କହିବାନୁଯାୟୀ, ଅମ୍ପାୟାରିଂ ଉପରେ ଯେତେ ଅଧିକ ଚାପ ପ୍ରୟୋଗ କରାଯିବ, ସମସ୍ୟା ସେତେ ଅଧିକ ବଢିବ | ଚେନ୍ନାଇ ସୁପରକିଙ୍ଗର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଜସ୍ଥାନ ରୋୟାଲ୍ସ ବିରୋଧରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ ବେଳେ ନିଜ ବ୍ୟବହାର ବିପରୀତ ଡଗଆଉଟ ରୁ ଉଠି ଅମ୍ପାୟାର ଓଲ୍ହାସ ଗାନ୍ଧେଙ୍କ ନିଷ୍ପତ୍ତିକୁ ଚେତାବନୀ ଦେଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.