Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ନାଁ ନ ନେଇ କଡ଼ା ସମାଲୋଚନା କଲେ ବିଶନ ବେଦୀ, କହିଲେ, ଏକ ନମ୍ବର ଦଳ ଉପରେ ନ୍ୟୁଜିଲାଣ୍ଡ କିପରି ନିଜର ପ୍ରାଧାନ୍ୟ ବିସ୍ତାର କଲା?

3/03/2020 at 4:22 PM

ନୂଆଦିଲ୍ଲୀ୩/୩: ଟିମ୍ ଇଣ୍ଡିଆର ଖେଳାଳିଙ୍କୁ କଡ଼ା ସମାଲୋଚନା କଲେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ବିଶନ ବେଦୀ ସିଂ। କେବଳ ସେ ନୁହନ୍ତି ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳି ସବୁ ସ୍ଥାନରେ ସମାଲୋଚନାର ଶିକାର ହେଉଛନ୍ତି। କ୍ରିକେଟ ପ୍ରେମୀମାନେ ଭାରତୀୟ ଟିମ୍‌ର ଖେଳାଳିଙ୍କୁ ନେଇ ସୋସିଆଲ ମିଡିଆରେ ତମ୍ବି ତୁଫାନ ମଧ୍ୟ କରୁଛନ୍ତି।  ଟେଷ୍ଟ ମ୍ୟାଚ୍‌ରେ ରାଙ୍କର ପ୍ରଥମ ସ୍ଥାନର ଥିବା ଟିମ୍ ଇଣ୍ଡିଆର ଖରାପ ଖେଳ ପ୍ରଦର୍ଶନ ସମସ୍ତଙ୍କୁ ମର୍ମାହତ କରିଛି।  ଟେଷ୍ଟ ମ୍ୟାଚ୍‌ର ପ୍ରଥମରୁ କେହି ବି ଭାବି ନଥିଲେ ୦-୨ ରେ ଟିମ ଇଣ୍ଡିଆ ହାତରୁ ଚାଲିଯିବ। ଓ୍ବିଲଙ୍ଗଟନ ଟେଷ୍ଟ  ଓ କ୍ରିଷ୍ଟଚର୍ଚ ଟେଷ୍ଟରେ ଭାରତୀୟ ଟିମ ପରାଜୟ ସ୍ବାଦ ଚାଖିଛି।

ଭାରତୀୟ ଦଳର ଏହି ଅବନତି ଦେଖି ପୂର୍ବତନ ଭାରତୀୟ ଅଧିନାୟକ ବିଶନ ସିଂ ବେଦୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି,  ନ୍ୟୁଜିଲାଣ୍ଡ କିପରି ବିଶ୍ବର ଏକ ନମ୍ବର ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି ତାହା କେହି କହିପାରିବେ କି?  ଏହା କିପରି ହେଲା ମୁଁ ବୁଝି ପାରୁ ନାହିଁ। କାହାକୁ ଅପମାନ ନକରି କେହି ମୋତେ ସାହାଯ୍ୟ କରିପାରିବେ କି ..?  

କିନ୍ତୁ ୩୦ ବର୍ଷ ପୂର୍ବେ  ଅର୍ଥାତ ୧୯୯୦ ରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ପରାଜୟକୁ ନେଇ ବିଶନ ସିଂ ବେଦୀ ଅତ୍ୟନ୍ତ ବିରକ୍ତ ହୋଇଥିଲେ। ସେହି ଭ୍ରମଣରେ ଦଳର ମ୍ୟାନେଜର ଭାବରେ ସେଠାକୁ ଯାଇଥିଲେ। ପରାଜୟରେ ଅତିଷ୍ଠ ହୋଇଯାଇଥିବା ବେଦୀ ନିଜକୁ ନିୟନ୍ତ୍ରଣ କରି ପାରିନଥିଲେ ଏବଂ ମ୍ୟାନେଜର ଭାବରେ ସେ ଯାହା କହିଥିଲେ ତାହା ଏକ ‘ହେଡଲାଇନ୍’ ହୋଇ ଯାଇଥିଲାଲା।

   Related Posts