ବିମାନବନ୍ଦର ବାହାରେ କାର୍ ବୋମା ବିସ୍ଫୋରଣ, ୧୨ ମୃତ

Published By : Prameya-News7 Bureau | October 31, 2021 IST

ୟେମେନ, ୩୦/୧୦:  ବିମାନ ବନ୍ଦର ମୁଖ୍ୟ ପ୍ରବେଶ ପଥରେ ବିସ୍ଫୋରଣ । ୟେମେନର ଆଡେନ୍ ବିମାନବନ୍ଦର ସାମ୍ନାରେ ଶନିବାର ଏକ ବିସ୍ଫୋରଣ ଘଟିଛି । ଏଥିରେ ଅତିକମରେ ୧୨ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିମାନବନ୍ଦର ପାଖରେ ଏକ ହୋଟେଲ ଅଛି । ହୋଟେଲ ସାମ୍ନାରେ କାରରେ ବିସ୍ଫୋରଣ ହୋଇଥିଲା ।

ସୁରକ୍ଷାକର୍ମୀଙ୍କ ସୂଚନାନୁସାରେ, ଅଘଟଣରେ ୧୨ ଜଣ ଜୀବନ ହାରିଛନ୍ତି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । କିଛିଜଣଙ୍କ ଅବସ୍ଥା ସାଙ୍ଘାତିକ ରହିଛି । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।

କିଛିଦିନ ତଳେ ମଧ୍ୟ  ଆଡେନ ଗଭର୍ଣ୍ଣରଙ୍କୁ ଟାର୍ଗେଟ୍ କରି କାର ବୋମା ବିସ୍ଫୋରଣ କରାଯାଇଥିଲା । ଏଥିରେ ୬ ଜଣ ପ୍ରାଣ ହରାଇଥିଲେ । ତେବେ ସୌଭାଗ୍ୟବଶତଃ ଗଭର୍ଣ୍ଣର ଅଳ୍ପକେ ବର୍ତ୍ତି ଯାଇଥିଲେ ।

ସୂଚନାଯୋଗ୍ୟ, .ୟେମେନ ହେଉଛି ଅଲ-କାଏଦାର ଗଡ । ଆତଙ୍କବାଦୀ ସଙ୍ଗଠନ ଅନେକ ସମୟରେ ଏଠାରେ ନୀରିହଙ୍କୁ ଟାର୍ଗେଟ କରୁଛନ୍ତି । ସେହିପରି ଆଡେନ୍ ହେଉଛି ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଥିଲା ୟେମେନ ସରକାରର ମୁଖ୍ୟ ସହର । ବର୍ତ୍ତମାନର ସରକାର ମେଣ୍ଟରେ ଚାଲିଛି । ସରକାର ଗଠନରେ ସାଉଦି ଆରବର ପ୍ରମୁଖ ଭୂମିକା ରହିଥିଲା । ଏଠାକାର ସରକାରରେ ଥିବା ସଦର୍ଣ୍ଣ ଟ୍ରାନଜିସନାଲ କାଉନସିଲସହ ମେଣ୍ଟ କରିଛି ସାଉଦିର ସଙ୍ଗଠନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.