Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||

ଆତ୍ମଘାତୀ ବିସ୍ଫୋରଣ : ୩୨ ମୃତ, ଶତାଧିକ ଆହତ, ବାହାନା କରି ନିଜକୁ ଉଡାଇଦେଲା ଆତଙ୍କବାଦୀ

22/01/2021 at 8:41 AM

ବାଗ୍‌ଦାଦ,୨୨/୦୧: ବିସ୍ଫୋରଣରେ ଥରିଲା ବାଗଦାଦ । ଇରାକର ରାଜଧାନୀ ବାଗ୍‌ଦାଦର ତାୟରାନ ସ୍କୋୟାରରେ ଗୁରୁବାର ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି ।  ଏଥିରେ ଅତି କମରେ ୩୨ ଜଣ ପ୍ରାଣ ହରାଇଥିଲାବେଳେ ୧୦୦ଜଣରୁ ଅଧିକ ଆହତ ହୋଇଛନ୍ତି । ଗତ ତିନି ବର୍ଷ ଭିତରେ ଏହାକୁ ବାଗଦାଦରେ ସବୁଠାରୁ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି ।

ଇରାକ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଆତଙ୍କବାଦୀମାନେ ଗୁରୁବାର ତାୟରାନ୍‌ ସ୍କୋୟାର ସ୍ଥିତ ଏକ ବଜାରକୁ ଟାର୍ଗେଟ କରିଥିଲେ । ସେଠାରେ ପୋଷାକର ସେଲ୍‌ ଲାଗିଥିଲା। ଦୀର୍ଘ ଦିନ ଧରି କରୋନା ସଂକ୍ରମଣ ଜନିତ କଟକଣା ପରେ ବଜାର ଖୋଲିଥିବାରୁ ସେଠାରେ ଲୋକଙ୍କ ଭିଡ ଲାଗି ରହିଥିଲା।

ଏହି ସମୟରେ ଜଣେ ଆତଙ୍କବାଦୀ ଦେହ ଖରାପ ହୋଇଯାଇଥିବା ବାହାନା କରି ସେଠାକୁ ଯାଇଥିଲା। ତା’ର କ’ଣ ହୋଇଛି ବୋଲି ଜାଣିବାକୁ ତା’ ଚାରିପଟେ ଲୋକେ ଗଦା ହୋଇଯାଇଥିଲେ । ପରେ ସେ ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲା । ଏହାପରେ ଯେତେବେଳେ ଅନ୍ୟ ଲୋକମାନେ ମୃତାହତଙ୍କୁ ଉଦ୍ଧାର କରିବାକୁ ସେଠାରେ ଜମା ହେଲେ ସେତେବେଳେ ଦ୍ୱିତୀୟ ଆତଙ୍କବାଦୀ ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲା। ଫଳରେ ୩୨ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ସନ୍ଦେହ କରାଯାଉଛି ।

   Related Posts