ପାଟନାରେ ପିଆଜ ବିକିବ ‘ବିସ୍କୋମନ’, କେଜି ପିଛା ଦେବ ୩୫ଟଙ୍କା ଦରରେ, ଜାଣନ୍ତୁ କେବେଠୁ

Published By : Prameya-News7 Bureau | November 18, 2019 IST

ପାଟନା :  ପିଆଜର ଦର ଏବେ ଆକାଶ ଛୁଉଁଛି । ଏଥିରେ ବିହାର ଷ୍ଟେଟ୍ କୋ-ଅପରେଟିଭ ମାର୍କେଟିଂ ୟୁନିୟନ (ବିସ୍କୋମନ୍) ଗ୍ରାହକଙ୍କୁ ପ୍ରତି କେଜି ୩୫ ଟଙ୍କା ଦରରେ ପିଆଜ ଯୋଗାଇଦେବାକୁ ଯୋଜନା କରିଛି। ବିହାର ରାଜଧାନୀ ପାଟନାରେ ପ୍ରଥମ ପର୍ଯ୍ୟାୟ ପିଆଜ ବିକ୍ରି ଆରମ୍ଭ ହେବ। ଲୋକଙ୍କ ଆବଶ୍ୟକତାକୁଦେଖି ପ୍ରତି ଗ୍ରାହକଙ୍କୁ ସର୍ବାଧିକ ୨ କେଜି ପିଆଜ ବିକିବାକୁ ସମବାୟ ସଂଘ ନିଷ୍ପତ୍ତି ନେଇଛି।

{"id":186087,"sizeSlug":"large"}

ଆସନ୍ତା ୨୨ ତାରିଖରୁ ପାଟନାର ବିଭିନ୍ନ ସ୍ଥାନରେ ବିସ୍କୋମାନ କାଉଣ୍ଟର ଖୋଲି ଗ୍ରାହକଙ୍କୁ ପିଆଜ ବିକିବା ଆରମ୍ଭ କରିବ। ତେବେ ଏଥି ଲାଗି ଖୁବ୍ ଶୀଘ୍ର ସ୍ଥାନ ଚିହ୍ନଟ କରାଯିବ ବୋଲି ସମବାୟର ଅଧ୍ୟକ୍ଷ ସୁନୀଲ କୁମାର କହିଛନ୍ତି। ରାଜସ୍ଥାନରୁ ଆଣି ବିସ୍କୋମାନ୍ ଏହି ପିଆଜ ବିକ୍ରି କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ଟ୍ରକ୍ ମଗାଯାଇଥିବା ବେଳେ ଚାହିଦାକୁ ଦେଖି ପରେ ବ୍ୟବସ୍ଥା କରାଯିବ ବୋଲି ସୁନୀଲ କୁମାର କହିଛନ୍ତି।

{"id":186089,"width":581,"height":321,"sizeSlug":"large"}

ବଜାରରେ ପ୍ରତି କେଜି ପିଆଜ ଏବେ ୬୦ରୁ ୭୦ ଟଙ୍କା ଦରରେ ମିଳୁଛି। ଏମିତିରେ ବିସ୍କୋମାନ୍ ମଧ୍ୟ ରାଜସ୍ଥାନରୁ ପିଆଜ ଆଣି ବିହାର ପାଟନାରେ ପହଞ୍ଚାଇବା ବେଳକୁ କେଜି ପିଛା ଦର ୬୦ଟଙ୍କା ହୋଇଯାଉଛି। ଏହା ସତ୍ତ୍ୱେ ସମବାୟ ସଂଘ ଖାଉଟୀଙ୍କୁ ପ୍ରତି କେଜି ୩୫ ଟଙ୍କା ଦରରେ ପିଆଜ ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିବା ସୁନୀଲ କୁମାର କହିଛନ୍ତି। ସମବାୟକୁ ଏଭଳି ବିକ୍ରିରୁ ଲାଭ ମିଳିବନି। ହେଲେ ବଜାରରେ ଦିନକୁ ଦିନ ଅନିୟନ୍ତ୍ରିତ ହେଉଥିବା ଦର କିଛିଟା କମିଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପରିଚାଳନା ନିର୍ଦ୍ଦେଶକ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.