Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ସୁରକ୍ଷା ମିଳୁନଥିବାରୁ ହେଲମେଟ୍‌ ପିନ୍ଧି ଏଭଳି ପିଆଜ ବାଣ୍ଟୁଛନ୍ତି ଅଧିକାରୀ

30/11/2019 at 8:36 PM

ପାଟନା :  ଦେଶରେ ପିଆଜ ଦର ଏବେ ଆକାଶ ଛୁଉଁଛି। ଏଥିରେ ନାଫେଡ ସହଯୋଗରେ ବିହାର ସମବାୟ ସଂସ୍ଥା ଲୋକଙ୍କୁ ପ୍ରତି କେଜି ୩୫ ଟଙ୍କା ଦରରେ ପିଆଜ ବିତରଣ କରୁଛି। ତେବେ ପିଆଜ ବିତରଣ କେନ୍ଦ୍ର ଲାଗି କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନି। ଏଣୁ ଅଧିକାରୀଙ୍କୁ ମୁଣ୍ଡରେ ହେଲମେଟ ପିନ୍ଧି ପିଆଜ ବିତରଣ କରୁଥିବାର ଦେଖାଯାଇଛି।

ବିହାରରେ ବିସ୍କୋମାନ କର୍ମଚାରୀଙ୍କ ଦ୍ୱାରା ଟ୍ରକରେ ବିଭିନ୍ନ ସ୍ଥାନରେ ସୁଲଭ ମୂଲ୍ୟରେ ପିଆଜ ବିତରଣ କେନ୍ଦ୍ରସବୁ ଖୋଲିଛନ୍ତି। ଏଥିପାଇଁ ଲୋକେ ଦୀର୍ଘ ଧାଡି ବନ୍ଧୁଛନ୍ତି। କେଉଁଠି କେଉଁଠି ପିଆଜ ଲାଗି ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଉଥିବା ବେଳେ ସେମାନଙ୍କ ମଧ୍ୟରେ ଦଳାଚକଟା ମଧ୍ୟ ହୋଇଯାଉଛି। ଏଥିରେ ଲୋକେ କେବେ କେବେ ବିସ୍କୋମାନ କର୍ମଚାରୀଙ୍କୁ ବି ଟାର୍ଗେଟ କରୁଛନ୍ତି।

ଶୃଙ୍ଖଳିତ ପିଆଜ ବିକ୍ରି ଲାଗି ସେଭଳି ବ୍ୟବସ୍ଥା ହୋଇନଥିବାରୁ ବାଧ୍ୟ ହୋଇ କର୍ମଚାରୀମାନେ ମୁଣ୍ଡରେ ହେଲମେଟ ପିନ୍ଧି କାମ କରୁଥିବା କହିଛନ୍ତି। ଏହି ସୁଲଭ ମୂଲ୍ୟ ପିଆଜ ବିତରଣ କେନ୍ଦ୍ରରେ ପ୍ରତି କେଜି ୩୫ ଟଙ୍କା ଲେଖାଏଁ ଦରରେ ଜଣ ପିଛା ୨ କେଜି ପିଆଜ ଦେଉଛନ୍ତି। ଏଥିନିମନ୍ତେ ସହରର ପ୍ରମୁଖ ସ୍ଥାନମାନଙ୍କରେ ମୋବାଇଲ ବିତରଣ କେନ୍ଦ୍ର କରାଯାଉଥିବା ବେଳେ ଲୋକେ ସେଠାରୁ ପିଆଜ କ୍ରୟ କରୁଛନ୍ତି।  

   Related Posts