Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିଷାକ୍ତ ମଦ ପିଇ ୭ ମୃତ, ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲଗାଇବାକୁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

28/05/2021 at 10:45 AM

ଆଲିଗଡ, ୨୮/୦୫:   ଉତ୍ତରପ୍ରଦେଶର ଆଲିଗଡରେ ବିଷାକ୍ତ ମଦ ପିଇ ୭ ଜଣ ଜୀବନ ହାରିଛନ୍ତି । ଆହୁରି ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୃତକଙ୍କ ମଧ୍ୟରେ ଜଣେ ଟ୍ରକ୍ ଡ୍ରାଇଭର ରହିଛନ୍ତି । ଆହୁରି ମଧ୍ୟ ଲୋଧା ଥାନା ଅଞ୍ଚଳର କରସୁଆ, ନିମାନା, ହୈବତପୁର, ଅଣ୍ଡାଲା ଗ୍ରାମରେ କିଛି ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଅସୁସ୍ଥମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଲିଗଡର ବିଭିନ୍ନ ଗ୍ରାମରେ ବିଷାକ୍ତ ମଦମୃତ୍ୟୁ ପରେ ଆତଙ୍କ ଖେଳିଯାଇଛି । ଜିଲ୍ଲା ଅଧିକାରୀ ଚନ୍ଦ୍ରଭୂଷଣ ସିଂ କହିଛନ୍ତି ଯେ, ଏବେସୁଦ୍ଧା ସାତ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, କରସୁଆ ଗ୍ରାମରେ ବିଷାକ୍ତ ମଦ ପିଇ ସାତ ଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ଗ୍ରାମରେ ଥିବା ଦେଶି ମଦ ଭାଟିରୁ ମଦ ପିଇଥିଲେ । ଖବର ପାଇଁ ପୋଲିସ ଓ ସରକାରୀ ଅଧିକାରୀ ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇଛନ୍ତି । ଦେଶି ମଦ ଭାଟିକୁ ସିଲ୍ କରିଦିଆଯାଇଛି । ବ୍ୟବସାୟୀଜଣଙ୍କ ନକଲି ମଦ ବିକ୍ରି କରୁଥିଲେ ନା ନାହିଁ ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।

   Related Posts