ଉଦ୍ଧାର ହେଲା ବିରାଟକାୟ ଅହିରାଜ : କିନ୍ତୁ ବନବିଭାଗ ପାଖେ ନାହିଁ ଖବର , ଦେଖନ୍ତୁ ସାପର ଉତ୍ପାତ

Published By : Prameya-News7 Bureau | May 14, 2020 IST

ବ୍ରହ୍ମପୁର୧୪/୫: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳର ବମକୋଇ ବିଟର ଦେଖାଳି ଗ୍ରାମର ଜ ଜନୈକ ବ୍ୟକ୍ତିଙ୍କ ଘର ସମ୍ମୁଖରେ ବିଳମ୍ବିତ ରାତ୍ରିରେ ହଠାତ କୁକୁର ଭୋକିବା ଶବ୍ଦ ଶୁଣି ସମସ୍ତେ ବାହାରକୁ ଆସିଥିଲେ।ବିରାଟକାୟ ଅହିରାଜକୁ ଦେଖି ଭୟଭୀତ ହୋଇଯାଇଥିଲେ। ପରେ ସ୍ଥାନୀୟ ବ୍ୟକ୍ତି ଵିଶେଷଙ୍କ ଜରିଆରେ ଉଦ୍ଧାର କରାଯାଇଛି । ସର୍ପଟି ଉଦ୍ଧାର ପରେ କେଉଁଆଡେ ଛଡ଼ାଗଲା ସେନେଇ ମଧ୍ୟ ବନ ବିଭାଗ ନିକଟରେ କୌଣସି ସନ୍ଧାନ କିମ୍ବା ତଥ୍ୟ ଅଛିକି ନାହିଁ ଜଣା ପଡିଲା ନାହିଁ।

ଅହିରାଜ ବା କିଙ୍ଗ କୋବ୍ରା ସେଡୁଲ ୧ ସ୍ପେସିସ୍ ଏବଂ ବିରଳ ଲୁପ୍ତ ପ୍ରାୟ ପ୍ରଜାତି। କିଛି ପିଏଫଆଇ ସଦସ୍ୟଙ୍କ ସହ ସ୍ନେକ ହେଲ୍ପଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ କହିବା କଥା ଯେ, ସର୍ପଟି ପାଖାପାଖି ୧୨-୧୫ ବର୍ଷର ଜଣାପଡୁଛି । ସାପଟି ଦୈନିକ ୧୨୦କିମି ଗତି କରିବା କ୍ଷମତା ରହିଛି। ତୁମ୍ବା,ଦିଗପହଣ୍ଡି ରେଞ୍ଜ ଅଧିନରେ କେବଳ ୨-୩ଟି ରିହିଥିବା ସୂଚନା‌ ଦେଇଛନ୍ତି। ଏଭଳି ବିଲୁପ୍ତ ପ୍ରାୟ ବିରଳ ପ୍ରଜାତି ହୋଇଥିବା ବେଳେ ଏହାର ସୁରକ୍ଷା ପାଇଁ ସରକାର ଏବଂ ସମ୍ପୃକ୍ତ ବିଭାଗ ପକ୍ଷରୁ କୋଟି କୋଟି ଅର୍ଥ ଅପଚୟ ହେଉଛି। କିନ୍ତୁ ବାସ୍ତବ ସ୍ଥିତିରେ କିଛି ସୁଫଳ ମିଳୁନି। ଏହି ଦୃଶ୍ୟ ତଥା ଘଟଣାବଳି ବୟାନ କରୁଛି । ବନ ବିଭାଗର ଅର୍ଥ କିଭଳି ସୁବିନିଯୋଗ ହେଉଛି ଏବଂ ଲୋକେ କିଭଳି ସେବା ପାଉଛନ୍ତି।ହିଂସ୍ର ଜନ୍ତୁ ଗାଁକୁ ଆସିଲେ ପ୍ରାୟତଃ ଅଣ ତାଲିମ ପ୍ରାପ୍ତ କିମ୍ବା ଗାଁ ଲୋକେ ମିଳିତ ଭାବେ ସମ୍ମୁଖୀନ ହେଉଛନ୍ତି କିନ୍ତୁ ଉଚିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଗଞ୍ଜାମ ଜିଲ୍ଲାରେ ୨୫ରୁ ଉର୍ଦ୍ଧ୍ୱ କୌଶଳ ସଂପନ୍ନ  ଯୁବଗୋଷ୍ଠୀ ଥିବା ଜଣାପଡିଛି। କିନ୍ତୁ ସେମାନଙ୍କୁ ବନ ବିଭାଗ କାର୍ଯ୍ୟରେ ନଲଗାଇବା ଦୃଶ୍ୟମାନ ହେଉଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.