ଆଗ ପଛ ହୋଇ ବିଷ ପିଇ ଦେଲେ ବାପ-ପୁଅ: ଗୋଟିଏ ଦିନରେ ଆଖି ବୁଜି ଦେଲେ ପରିବାରର ୨ ସଦସ୍ୟ

Published By : Prameya-News7 Bureau | July 03, 2020 IST

କଳାହାଣ୍ଡି୩/୭: ଘରୋଇ କଳହକୁ ନେଇ ଆଗ-ପଛ ହୋଇ ବିଷ ପିଇ ଦେଲେ ବାପ-ପୁଅ। କଳାହାଣ୍ଡି ମଦନପୁର ରାମପୁର ସ୍ବାସ୍ଥ୍ୟ କେନ୍ଦ୍ରରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେବାବେଳେ ବାଟରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

କଳାହାଣ୍ଡି ମଦନପୁର ରାମପୁର ଥାନା ଡୁଟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ବାପ-ପୁଅ ହେଲେ ଦିନବନ୍ଧୁ ଦାସ, ତାଙ୍କ ବୟସ ୫୮ ବର୍ଷ ଏବଂ ପୁଅ ହନୁମାନ ଦାସ, ତାଙ୍କ ବୟସ ୨୮ ବର୍ଷ । ଏହି ଆତ୍ମହତ୍ୟା ଘଟଣାକୁ ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ପାରିବାରିକ କଳହ ଯୋଗୁଁ ପ୍ରଥମେ ପୁଅ ବିଷ ପିଇ ଦେଇଥିଲେ। ଏହି କଥା ଶୁଣିବା ପରେ ବାପା ମଧ୍ୟ ବିଷ ପିଇ ଦେଇଥିଲେ।

ପୋଲିସ୍‌ ତଦନ୍ତ ପରେ ନିର୍ଦ୍ଧିଷ୍ଟ କେଉଁ କାରଣରୁ ବାପା ଓ ପୁଅ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ତାହା ଜଣା ପଡିନାହିଁ । ହେଲେ ପରିବାରର ୨ ଜଣ ରୋଜଗାରିଆଙ୍କ ମୃତ୍ୟୁ ପରେ ପରିବାରର ଅନ୍ୟ ସଦସ୍ୟମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.