୧ ଜୁନ୍‌ରୁ ‘ହଲମାର୍କ’ ସୁନା ବାଧ୍ୟତାମୂଳ : ସରକାର

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ ୧୩।୪: ଦେଶରେ ବିନା ହଲମାର୍କିରଂ ସ୍ୱର୍ଣ୍ଣ ଆଭୂଷଣ ଆଉ ବିକ୍ରି ହୋଇ ପାରିବନି। ଦେଶରେ ପ୍ରସ୍ତୁତ ସ୍ୱର୍ଣ୍ଣ ଆଭୂଷଣ ଓ  କଳାକୃତିର  ୧ ଜୁନ୍‌ ୨୦୨୧ରୁ ହଲମାର୍କିଂ  ଅନିବାର୍ଯ୍ୟ ହେବ।  ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ ମଙ୍ଗଳବାର ଏହି ସୂଚନା ଦେଇଥିବା ବେଳେ ଏଥିଲାଗି ପୂର୍ବରୁ ଧାର୍ଯ୍ୟ ତାରିଖରେ କୌଣସି  ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ଆଭୂଷଣ ଓ କଳାକୃତିର ହଲମାର୍କିଂ ଲାଗି ଦେଶରେ ଏପର୍ଯ୍ୟନ୍ତ ୩୪ ହଜାର ୬୪୭ ଜଣ ସ୍ୱର୍ଣ୍ଣ ଆଭୂଷଣ ବ୍ୟବସାୟୀ ଓ କାରିଗର ଆବେଦନ କରିଥିବା ସେ କହିଛନ୍ତି।

{"id":437963,"width":840,"height":381,"sizeSlug":"large","linkDestination":"none"}

ସ୍ୱର୍ଣ୍ଣ ହଲମାର୍କିଂ ଲାଗି ଆଗାମୀ ଦିନରେ ହୁଏତ ୧ ଲକ୍ଷ ଜ୍ୱେଲର ପଞ୍ଜିକରଣ କରିପାରନ୍ତି ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏଣୁ ୧ ଜୁନରୁ ଜ୍ୱେଲରମାନଙ୍କୁ କେବଳ ୧୪, ୧୮ ଓ ୨୨ କ୍ୟାରେଟ୍‌ ସ୍ୱର୍ଣ୍ଣ ଆଭୂଷଣ ବିକ୍ରିର ଅନୁମତି ରହିବ। ସ୍ୱର୍ଣ୍ଣ ହଲମାର୍କିଂ ଲାଗି ବିଆଇଏସ ଗତ ୨୦୦୦ ମସିହା ଏପ୍ରିଲ ମାସରୁ ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ ସ୍ୱର୍ଣ୍ଣ ଆଭୂଷଣ  ହଲମାର୍କିଂ ହୋଇପାରିଥିବା ସେ କହିଛନ୍ତି। 

{"id":437964,"width":837,"height":734,"sizeSlug":"large","linkDestination":"none"}

ବିଆଇଏସଙ୍କ ଅନୁସାରେ ହଲମାର୍କିଂ ଅନିବାର୍ଯ୍ୟ ହେଲେ ଦେଶରେ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ। ଗ୍ରାହକ କ୍ରୟ କରୁଥିବା ଆଭୂଷଣର  କ୍ୟାରେଟ୍‌କୁ ନେଇ ଦ୍ୱନ୍ଦ୍ୱରେ ରହିବେ ନାହିଁ କି କମ୍‌ କ୍ୟାରେଟର ସ୍ୱର୍ଣ୍ଣ ଆଭୂଷଣକୁ ବ୍ୟବସାୟୀ ନିୟମିତ ଦରରେ ବିକ୍ରି କରିପାରିବେନି। ଏଣୁ ଆଭୂଷଣ କ୍ରୟ କରିବା ବେଳେ ଗ୍ରାହକ ବିଆଇଏସ୍‌ ସଂକେତରୁ ସ୍ୱର୍ଣ୍ଣଳଙ୍କାରର ସୁଦ୍ଧତା  ଏବଂ ଓଜନ ନେଇ ନିଶ୍ଚିତ ହୋଇପାରିବେ। ବିଶ୍ୱରେ ଭାରତ ସ୍ୱର୍ଣ୍ଣର ସବୁଠାରୁ ବଡ଼ ଆମଦାନୀକାରୀ ଦେଶ। ଆମଦାନୀ ସୁନା କେବଳ ଦେଶର ଆଭୂଷଣ ଆବଶ୍ୟକତାକୁ ପୂରଣ କରିଥାଏ। ଖାସ୍ ଏଥିଲାଗି ଭାରତ ପ୍ରତିବର୍ଷ ୭୦୦ରୁ ୮ଶହ ଟନ୍‌ ସୁନା ବିଦେଶରୁ ଆମଦାନୀ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.