ବିରୂପା ଡଙ୍ଗା ବୁଡି ଘଟଣା: ଜଣେ ମୃତ, ୩ ଉଦ୍ଧାର
8/03/2020 at 5:05 PM

ସାଲେପୁର, ୦୮|୦୩: ସାଲେପୁର ବିରୂପା ନଦୀକୂଳ ଘାଟରେ ଡଙ୍ଗା ବୁଡି ଘଟଣାରେ ଜଣେ ପ୍ରାଣ ହରାଇଛନ୍ତି। ଆଜି ଦୋଳମେଲଣ ସାରି ଫେରୁଥିବା ବେଳେ ଡଙ୍ଗାଟି ବୁଡିଯାଇଥିଲା।
ସୂଚନାନୁସାରେ, କଟକ ଜିଲ୍ଲା ସାଲେପୁର ଥାନା ଅଂଚଳର ନରଦା ହରିପୁରର ନାଳିକୂଳ ଘାଟରେ ଏହି ଅଘଟଣ ଘଟିଛି। ଲେଖନପୁର ଗାଁର ଦୋଳ ବିମାନ ଗୋବିନ୍ଦପୁର ମେଲଣକୁ ଯାଇ ମେଲଣ ସାରି ଫେରୁଥିବା ବେଳେ ହରିପୁର ଘାଟରେ ଡଙ୍ଗାଟି ବୁଡିଯାଇଥିଲା। ଡଙ୍ଗାରେ ପ୍ରାୟ ୪୦ରୁ୫୦ ଜଣ ନଦୀ ପାରି ହୋଇଥିଲେ। ପ୍ରଥମେ କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ୪ଜଣ ନିଖୋଜ ଥିବା ଖବର ଆସିଥିଲା। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି।
ମୃତକ ହେଲେ ଭୀମଦାସପୁର କୁଣ୍ଡି ଗ୍ରାମର ରଶ୍ମି ରଞ୍ଜନ ବେହେରା। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ପ୍ରଥମେ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରିବା ମୃତଦେହକୁ ଜବତ କରି ବ୍ୟୁବଛେଦ ପାଇଁ ପଠାଇଛି।