Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ହାପି ବାର୍ଥ ଡେ’ ଶ୍ରେୟା ଘୋଷଲ: ଫିଲ୍ମ ‘ଦେବଦାସ’ର ଏହି ଗୀତରୁ ମିଳିଥିଲା ପରିଚୟ

12/03/2021 at 9:24 AM

ନୂଆଦିଲ୍ଲୀ ୧୨/୦୩: ବଲିଉଡର ଫେମସ୍ ଗାୟିକ ଶ୍ରେୟା ଘୋଷଲ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ବଲିଉଡକୁ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି ।  ଖୁବ୍ କମ୍ ବୟସରେ ଶ୍ରେୟା ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ସେ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଫିଲ୍ମରେ ନିଜର କଣ୍ଠଦାନ କରିଛନ୍ତି । ସଙ୍ଗୀତର ପ୍ରାରମ୍ଭିକ ଶିକ୍ଷା ସେ ତାଙ୍କ ମାଙ୍କଠାରୁ ପାଇଥିଲେ । ଫିଲ୍ମଫେୟାର ଆୱାର୍ଡ ବିଜେତା ଶ୍ରେୟାଙ୍କ ନାମରେ  ଆଜିବି ୨୬ ଜୁନରେ ଆମେରିକାର ‘ଓହିଓ’ ରାଜ୍ୟରେ ‘ଶ୍ରେୟା ଘୋଷଲ ଡେ’ ପାଳନ କରାଯାଏ ।

ଶ୍ରେୟା ଚାରି ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ଟିଭି ଶୋ ‘ସାରେଗାମାପା’ରୁ ଶ୍ରେୟାଙ୍କୁ ଏକ ବଡ଼ ସୁଯୋଗ ମିଳିଥିଲା ଏବଂ ତାଙ୍କ ପାଇଁ ଆଗକୁ ରାସ୍ତା ଖୋଲିଯାଇଥିଲା । ଏହି ଶୋ’କୁ ଗାୟକ ସୋନୁ ନିଗମ୍ ହୋଷ୍ଟ କରିଥିବାବେଳେ କଲ୍ୟାଣ ଜୀ ଜଜ୍ କରୁଥିଲେ । ଗାୟକ-ସଂଗୀତଜ୍ଞ କଲ୍ୟାଣ ଜୀ ଶ୍ରେୟାଙ୍କୁ ମୁମ୍ବାଇ ଆଣିବାକୁ  ତାଙ୍କ ବାପା-ମା ଙ୍କୁ ରାଜି କରାଇଥିଲେ । ଶ୍ରେୟା ତାଙ୍କଠାରୁ ୧୮ ମାସ ଶିକ୍ଷା ଗ୍ରହଣ କରିସାରିବା ପରେ  ମୁମ୍ବାଇର ମୁକ୍ତ ଭିଡେଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତର ଶିକ୍ଷା ଜାରି ରଖିଥିଲେ ।

ଶ୍ରେୟାଙ୍କ ଜୀବନରେ ସେତେବେଳେ ନୂଆ ମୋଡ଼ ଆସିଥିଲା ​​ଯେତେବେଳେ ସେ ଦ୍ୱିତୀୟ ଥର ‘ସା ରେ ଗା ମା ପା’ରେ ଭାଗ ନେଇଥିଲେ । ରିଆଲିଟି ଶୋ’ରେ ତାଙ୍କର ପ୍ରଦର୍ଶନ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ୨୦୦୦ରେ ଭନସାଲୀ ତାଙ୍କ ଫିଲ୍ମ ‘ଦେବଦାସ’ରେ ଗୀତ ଗାଇବାକୁ ପ୍ରସ୍ତାବ ଦେଇଥିଲେ । ଏହି ଫିଲ୍ମରେ ଶ୍ରେୟା ଇସ୍ମାଇଲ ଦାରବାରଙ୍କ ସଂଗୀତ ନିର୍ଦ୍ଦେଶନାରେ ପାଞ୍ଚଟି ଗୀତ ଗାଇଥିଲେ ।

ଶ୍ରେୟାଙ୍କ ଡେବ୍ୟୁ ପାଇଁ ଶ୍ରେୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ମା ଲୀଲା ଭନସାଲୀଙ୍କୁ ଦିଆଯାଇଛି । କାରଣ ରିୟଲିଟି ଶୋ’ରେ ଲୀଲା ଭନସାଲୀ ଶ୍ରେୟାଙ୍କୁ ଦେଖିଥିଲେ । ସେ ହିଁ ସଞ୍ଜୟଙ୍କୁ ପରାମର୍ଶ ଦେଇଥିଲେ । ତାଙ୍କ ମା’ଙ୍କ ନିର୍ଦ୍ଦେଶରେ ଭନସାଲୀ ଶ୍ରେୟାଙ୍କୁ ଗୀତ ଗାଇବାକୁ ଡାକିଥିଲେ ଏବଂ ଫିଲ୍ମ ‘ଦେବଦାସ’ (୨୦୦୦) ରେ ଗାଇବାକୁ ସୁଯୋଗ ଦେଇଥିଲେ । ଏହି ଫିଲ୍ମର ଗୀତ ‘ବୈରୀ ପିୟା’ ସୁପରହିଟ୍ ହୋଇଥିଲା । ଲତା ମଙ୍ଗେଶକରଙ୍କୁ ତାଙ୍କ ପ୍ରେରଣା ବୋଲି ବିବେଚନା କରୁଥିବା ଶ୍ରେୟା ଘୋଷଲ ହିନ୍ଦୀ ବ୍ୟତୀତ ବଙ୍ଗଳା, ତାମିଲ, ତେଲୁଗୁ, କନ୍ନଡ, ମରାଠୀ ଏବଂ ଭୋଜପୁରୀରେ ମଧ୍ୟ ଗୀତ ଗାଇଛନ୍ତି । ଶ୍ରେୟା ତାଙ୍କ ପିଲାଦିନର ବନ୍ଧୁ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ୨୦୧୫ ରେ ବିବାହ କରିଥିଲେ ।

   Related Posts