ସାଙ୍ଗ ଲାଗି ବାର୍ଥ ଡେ ପାର୍ଟି ରଖିବା ପୂରା ସହରକୁ ପଡିଲା ମହଙ୍ଗା, ୪୫ ସଂକ୍ରମଣର ଶିକାର

Published By : Prameya-News7 Bureau | May 11, 2020 IST

ହାଇଦ୍ରାବାଦ ୧୧।୦୫: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଦୋକାନ ମାଲିକ ନିଜ ସାଙ୍ଗ ଲାଗି ବାର୍ଥ ଡେ ପାର୍ଟି ଆୟୋଜନ କରିବା ପୂରା ସହରକୁ ମହଙ୍ଗା ପଡିଛି। ଏହି ପାର୍ଟିରେ ସାମିଲ ହୋଇଥିବା ପ୍ରାୟ ୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ହାଇଦ୍ରାବାଦର ଏଲବି ନଗର ଇଲାକାରେ ୧୫ ନୂତନ କଣ୍ଟେନମେଣ୍ଟ ଜୋନ୍‌ କରିବାକୁ ପଡିଛି। ଏହା ଏବେ କରୋନା ହଟ୍‌ସ୍ପଟ୍‌ରେ ପରିଣତ ହୋଇ ଯାଇଛି।

କୁହାଯାଉଛି ଯେ, କରୋନାର ଏହି ସଂକ୍ରମଣ ପାର୍ଟିର ଆୟୋଜନ କରିଥିବା ଦୋକାନୀ ଜରିଆରେ ବ୍ୟାପିଛି। ଏହି ବ୍ୟକ୍ତି ବନସ୍ଥଳୀପୁରମରେ ରହୁଥିବା ନିଜ ସାଙ୍ଗ ଲାଗି ଏହି ପାର୍ଟିର ଆୟୋଜନ କରିଥିଲେ। ସରୁରନଗରରେ ରହୁଥିବା ଏହି ଦୋକାନୀ ମାଲକପେଟ୍ ଗଞ୍ଜରେ ସଂକ୍ରମଣର ଶିକାର ହୋଇଥିଲେ। ଏହି ଅଞ୍ଚଳରେ ହିଁ ତାଙ୍କର ଦୋକାନ ରହିଛି। ଏଲବି ନଗରରେ ଯେଉଁଠି କେବଳ ଦୁଇଟି କଣ୍ଟେନମେଣ୍ଟ ଜୋନ୍‌ ରହିଥିଲା ସେଠାରେ ଶନିବାର ୧୫ କଣ୍ଟେନମେଣ୍ଟ କ୍ଲଷ୍ଟର କରାଯାଇଛି।

ଜିଏଚଏମସି ହସ୍ପିଟାଲ ଅନୁଯାୟୀ କରୋନାର ୪୫ ପଜିଟିଭ୍ ସଂକ୍ରମିତଙ୍କ ମଧ୍ୟରୁ ୨୫ ଜଣ ଏହି ଦୁଇ ସାଙ୍ଗ ପରିବାରର ସଦସ୍ୟ। ଦୁଇ ଦୋକାନୀ ଭଲ ବନ୍ଧୁ ଏବଂ ଉଭୟ ପରସ୍ପରର ଘରକୁ ଯିବା ଆସିବା କରିଥାନ୍ତି। ଏହି ପରିବାରର କିଛି ସଦସ୍ୟଙ୍କୁ ଜ୍ଵର ହୋଇଥିଲା। ମାତ୍ର ବାର୍ଥ ଡେ ପାର୍ଟି ପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ସଂକ୍ରମଣ ବ୍ୟାପିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.