Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବାପାଙ୍କ ସହ ମ୍ୟାରେଜ୍ ପାର୍ଟିରେ ଗୀତ ଗାଉଥିଲେ ସୋନୁ ନିଗମ, ଲୋକେ ଡାକୁଥିଲେ ଜୁନିୟର୍ ରଫି

30/07/2021 at 12:58 PM

ମୁମ୍ବାଇ ୩୦/୦୭ : ବଲିଉଡର ମେଲୋଡି ସିଙ୍ଗର୍ ସୋନୁ ନିଗମ ଆଜି ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି ।  ସୋନୁ ଫରିଦାବାଦର ଏକ କାୟସ୍ଥ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ସଂଗୀତ କ୍ୟାରିୟର ୪ ବର୍ଷ ବୟସରୁ ଆରମ୍ଭ କରିଥିଲେ । ଗାୟକଙ୍କ ଶୈଳୀ ଦେଖି ଲୋକମାନେ ତାଙ୍କୁ ଜୁନିୟର୍ ମହମ୍ମଦ ରଫି ବୋଲି କହୁଥିଲେ । ପିଲାଦିନେ ସେ ଏକ ମଞ୍ଚକୁ ଆସି ତାଙ୍କ ବାପା ଅଗମ ନିଗମଙ୍କ ସହ ମହମ୍ମଦ ରଫିଙ୍କ ଗୀତ ‘କ୍ୟା ହୁଆ ତେରା ବାଦା’ ଗାଇଥିଲେ। ଏହା ପରେ ସେ ତାଙ୍କ ବାପାଙ୍କ ସହିତ ଲୋକଙ୍କ ବିବାହରେ ଯାଇ ଗୀତ ଗାଇବା ଆରମ୍ଭ କରିଥିଲେ ।

Sonu Nigam openly issues challenge to Maulvi who issued fatwa against him

୧୯ ବର୍ଷ ବୟସରେ ସୋନୁ ସିଙ୍ଗଙ୍ଗକୁ ନିଜର କ୍ୟାରିୟର କରିବା ପାଇଁ ବାପାଙ୍କ ସହ ମୁମ୍ବାଇ ଆସିଥିଲେ । ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କଠାରୁ ତାଲିମ ନେବା ଆରମ୍ଭ କରିଥିଲେ। ଆଜି ସୋନୁ ନିଗମ ବଲିଉଡର ସେହି ସିଙ୍ଗରମାନଙ୍କ ମଧ୍ୟରୁ ଜଣେ  ଯିଏକି କେବଳ ହିନ୍ଦୀ ନୁହେଁ, ମରାଠୀ, ତାମିଲ, ତେଲୁଗୁ ସମେତ ପ୍ରାୟ ୧୨ ଟି ଭାଷାରେ ଗୀତ ଗାଇ ନିଜର ଖ୍ୟାତି ବିସ୍ତାର କରିଛନ୍ତି।

Sonu Nigam pays special musical tribute to motherhood through song 'Maa' |  Music News – India TV

ସୋନୁ ନିଗମ୍ ୧୯୯୫ ରେ ଲୋକପ୍ରିୟ ଟିଭି ସୋ’ ‘ସା ରେ ଗା ମା ପା’ ହୋଷ୍ଟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ଫିଲ୍ମ ବେୱାଫା ସନମର ଗୀତ ‘ଆଚ୍ଛା ସିଲା ଦିୟା’ ଗୀତ ଗାଇଥିଲେ। ସେ ଫିଲ୍ମ ବର୍ଡରରେ ଅନୁ ମଲିକଙ୍କ ଦ୍ୱାରା ରଚିତ ‘ସନ୍ଦେସେ ଆତେ ହେଁ’ ଗୀତ ମଧ୍ୟ ଗାଇଥିଲେ, ଯାହା ଖୁବ୍ ହିଟ୍ ହୋଇଥିଲା । ସୋନୁ ଅନେକ ହିନ୍ଦୀ ଫିଲ୍ମରେ ଗୀତ ଗାଇ ଅନେକ ପୁରସ୍କାର ଜିତିଥିଲେ । ଫିଲ୍ମ କଲ ହୋ ନା ହୋ ର ଟାଇଟଲ୍ ସଙ୍ଗ୍ ଏବଂ ଅଗ୍ନିପଥର ଗୀତ ‘ଅଭି ମୁଝମେ କହିଁ’ ଗୀତ ପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା ​​। ଏକ ସମୟ ଆସିଲା ​​ଯେ ସୋନୁ ବଲିଉଡର ସବୁଠାରୁ ଦାମୀ ଗାୟକଙ୍କ ତାଲିକାରେ ସାମିଲ ହୋଇଗଲେ ।

   Related Posts