ହାପି ବର୍ଥ ଡେ’: ଟଙ୍କାର ଅଭାବରୁ ସଲମାନ ଖାନଙ୍କୁ ଟ୍ରିଟ୍ ଦେଇପାରି ନଥିଲେ ସୋନାକ୍ଷୀ ସିହ୍ନା, ଏବେବି ଅନୁତାପ କରୁଛନ୍ତି ଅଭିନେତ୍ରୀ

Published By : Prameya-News7 Bureau | June 02, 2021 IST

ମୁମ୍ବାଇ ୦୨/୦୬: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଜୁନ୍୨, ୧୯୮୭ ରେ ଜନ୍ମଗ୍ରହଣ କରିଥିଲେ। ଦିଗଜ ଅଭିନେତା  ଶତ୍ରୁଘ୍ନ ସିହ୍ନା ଏବଂ ଅଭିନେତ୍ରୀ ପୁନମ୍ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନାଙ୍କ ବଲିଉଡ କ୍ୟାରିଅରକୁ ବର୍ତ୍ତମାନ ୧୧ ବର୍ଷ ହୋଇଗଲାଣି । ସୋନାକ୍ଷୀଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ବିଶେଷ କଥା ...

{"width":717,"height":399}
Nach Baliye 8 judge Sonakshi Sinha: Doing television doesn't mean you don't  have any film | Entertainment News,The Indian Express

ଅଭିନେତ୍ରୀଙ୍କ ପ୍ରଥମ ଫିଲ୍ମ ଦବଙ୍ଗ ୨୦୧୦ ମସିହାରେ ରିଲିଜ୍ ହୋଇଥିଲା । ଏହାପୂର୍ବରୁ ସୋନାକ୍ଷୀଙ୍କ ଓଜନ ଏତେ ଥିଲା ଯେ କୌଣସି କାଷ୍ଟିଂ ନିର୍ଦ୍ଦେଶକ, ନିର୍ଦ୍ଦେଶକ କିମ୍ବା ଅଭିନେତା ତାଙ୍କ ଫିଲ୍ମରେ ଅଭିନେତ୍ରୀ ଭାବରେ ରଖିବା ପାଇଁ ପସନ୍ଦ କରୁନଥିଲେ। ଯେତେବେଳେ ସୋନାକ୍ଷୀ ତାଙ୍କ ଫିଲ୍ମ କ୍ୟାରିୟର ପାଇଁ ଚିନ୍ତିତ ଥିଲେ, ବଲିଉଡର ଭାଇ ସଲମାନ ଖାନ ତାଙ୍କୁ ସମର୍ଥନ କରିଥିଲେ। ସଲମାନ ତାଙ୍କୁ ଡାକି କହିଥିଲେ, ମୁଁ ତୁମକୁ ମୋର ଫିଲ୍ମରେ ନେବି, କିନ୍ତୁ ଏଥିପାଇଁ ତୁମକୁ ପ୍ରଥମେ ନିଜର  ଓଜନ କମ୍ କରିବାକୁ ପଡିବ ।

ସଲମାନ ଖାନ ସୋନାକ୍ଷୀଙ୍କୁ ଦବଙ୍ଗରେ କାମ ଦେବା ବଦଳରେ ତାଙ୍କୁ ଏକ ଟ୍ରିଟ୍ ପାଇଁ କହିଥିଲେ। ସୋନାକ୍ଷୀ କହିଛନ୍ତି, ସେହି ଦିନ ଏକ ଏମିତି ଦିନ ଥିଲା ତାଙ୍କ ପାଖରେ ବିଲକୁଲ୍ ଟଙ୍କା ନଥିଲା । ଯେତେବେଳେ ସଲମାନ ଟ୍ରିଟ୍ ମାଗିଥିଲେ, ସେତେବେଳେ ତାଙ୍କ ପାଖରେ ସମୁଦାୟ ତିନି ହଜାର ଟଙ୍କା ଥିଲା। ଏହା ପରେ ସୋନାକ୍ଷୀ ଭାବିଥିଲେ ଯେ ସେ ତିନି ହଜାର ଟଙ୍କାରେ ସଲମାନଙ୍କୁ କି ପ୍ରକାର ଟ୍ରିଟ୍ ଦେଇ ପାରିବେ? ଏହା ପରେ ସୋନାକ୍ଷୀ ସଲମାନଙ୍କ ଟ୍ରିଟକୁ ଅନ୍ୟ ଦିନ ରଖିଥିଲେ। କିନ୍ତୁ ଧୀରେ ଧୀରେ ସମୟ ଅତିବାହିତ ହୋଇଗଲା ।

{"width":722,"height":578}
Sonakshi Sinha wraps up 'Fallen' shoot

ଉଭୟ କଳାକାର ସେମାନଙ୍କ କାମରେ ବ୍ୟସ୍ତ ରହିଗଲେ । ବର୍ତ୍ତମାନ ସୋନାକ୍ଷୀ କହିଛନ୍ତି ଯେ ଆଜି ମଧ୍ୟ ସେ ଅନୁତାପ କରୁଛନ୍ତି ଯେ ସଲମାନଙ୍କୁ ଏପର୍ଯ୍ୟନ୍ତ ଟ୍ରିଟ୍ ଦେଇ ପାରି ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.