ବର୍ଥଡେ ଗର୍ଲ କିଆରା ଆଡଭାନୀଙ୍କର ଏହି ରୂପ ଦେଖି ଉଡିଯିବ ହୋସ
31/07/2019 at 4:46 PM

ମୁମ୍ବାଇ୩୧|୭: ବଲିଉଡର ହଟ୍ ଅଭିନେତ୍ରୀ କିଆରା ଆଡଭାନୀ ଆଜି ନିଜ ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ କିଛି ଦିନ ତଳେ ରିଲିଜ ହୋଇଥିବା କିଆରାଙ୍କ ଫିଲ୍ମ କବୀର ସିଂହ ବକ୍ସଅଫିସ୍ରେ ଧମାଲ କରିଛି। ୧୯୯୨ ମସିହା ଜୁଲାଇ ମାସ ୩୧ ତାରିଖ ମାୟାନଗରୀ ମୁମ୍ବାଇରେ କିଆରାଙ୍କ ଜନ୍ମ ହୋଇଥିଲା।

ଏମ୍ଏସ୍ ଧୋନୀ ଫିଲ୍ମରେ ଅଭିନୟ କରି କିଆରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଖୁବ କମ ସମୟରେ କିଆରା ବଲିଉଡରେ ନିଜର ପରିଚୟ ତିଆରା କରିବାରେ ସଫଳ ହୋଇଛନ୍ତି।

ଶୁସାନ୍ତ ସିଂହ ରାଜପୁତ ସହ ଏମ୍ଏସ୍ ଧୋନୀ ଦ ଅନ୍ଟଲ୍ଡ ଷ୍ଟୋରୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କିଆରା। ସାକ୍ଷୀ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଦର୍ଶକଙ୍କ ମଧ୍ୟରେ ବେଶ ଚର୍ଚ୍ଚାରେ ରୁହନ୍ତି।

ବଲିଉଡ ଫିଲ୍ମ ସହ କିଆରା ଅନେକ ସାଉଥ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସୋସିଆଲ ମିଡିଆରେ କିାରାଙ୍କର ୬.୬ ଫଲୋଅର୍ସ ଅଛନ୍ତି। କିଆରା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି।