ଟିଏମ୍‌ସିରେ ପାଳନ ହେଲା ବାପ-ପୁଅଙ୍କ ଜନ୍ମଦିନ

Published By : Prameya-News7 Bureau | July 26, 2020 IST

ଭଦ୍ରକ ୨୬।୦୭: ଟିଏମ୍‌ସି ପରିସରରେ ଏକ ସଙ୍ଗେ ଜନ୍ମଦିନ ପାଳନ କଲେ ବାପା ଓ ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ଟିଏମସିରେ ଏଭଳି ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଛି ।

{"id":305613,"sizeSlug":"large"}

ରାମପୁର ପଞ୍ଚାୟତର ଓହାସପୁର ଗ୍ରାମର ରାଜେଶ କୁମାର ସାହୁ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଥିଲେ । ସେ ତାଙ୍କ ୩ ବର୍ଷ ର ପୁଅ ସହ ପୂରା ପରିବାର ୨୦ତାରିଖରେ ବାଙ୍ଗାଲୋରରୁ ଭଦ୍ରକ ଫେରିଥିଲେ । ସେମାନଙ୍କୁ ଓଡ଼ଙ୍ଗ ସ୍ଥିତ ଟିଏମସିରେ ରଖାଯାଇଥିଲା ।

{"id":305614,"width":571,"height":316,"sizeSlug":"large"}

ତେବେ ଗତକାଲି ଉଭୟ ବାପା ଓ ତିନି ବର୍ଷ ପୁଅର ଜନ୍ମଦିନ ହୋଇଥିଲା ।  ସେମାନଙ୍କ ପାଇଁ ଦୁଇଟି କେକ ଟିଏମସି ପରିସରରେ କଟାଯିବା ସହ ଜନ୍ମଦିନ ପାଳନ କରାଯାଇଛି । ବାପା ପୁଅ ଏକ ସଙ୍ଗେ କେକ୍‌ କାଟିବା ସହ ଟିଏମସିରେ ରହୁଥିବା ୧୧୩ଜଣ ଅନ୍ତେବାସୀଙ୍କୁ କେକ ଓ ମିଠା ପ୍ରଦାନ କରାଯାଇଥିଲା । ଏଥିରେ ଓଡ଼ଙ୍ଗ ସରପଞ୍ଚଙ୍କ ସମେତ ଟିଏମସିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.