Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍‌ ମଇଁଷି ଛୁଆ: IVF ଟେକନିକ୍‌ରେ ଗୁଜୁରାଟରେ ହେଲା ଜନ୍ମ

23/10/2021 at 7:02 PM

ଅହମଦାବାଦ ୨୩/୧୦: ସନ୍ତାନହୀନତାରୁ ଦମ୍ପତିଙ୍କୁ ମୁକ୍ତି ଦେଉଥିବା ଟେକନିକ୍‌ ଆଇଭିଏଫକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଭାରତରେ ପ୍ରଥମ ଥର କୃତ୍ରିମ ଗର୍ଭଧାରଣ ପ୍ରଯୁକ୍ତିବିଦ୍ୟା ଆଇଭିଏଫ ଦ୍ବାରା ଟେଷ୍ଟ ଟ୍ୟୁବ୍‌ ମଇଁଷି ଛୁଆ ଜନ୍ମ ନେଇଛି। ଏହି ମଇଁଷି ବନ୍ନି ପ୍ରଜାତିର ବୋଲି ଜଣାପଡ଼ିଛି। ମଇଁଷି ଛୁଆ ଜନ୍ମ ନେବା ପରେ ଭାରତରେ ଆଇଭିଏଫ (In vitro fertilization-IVF ) ନୂଆ ସ୍ତରରେ ପହଞ୍ଚିଯାଇଛି।

ପ୍ରଥମ ଟେଷ୍ଟ ଟ୍ୟୁବ୍‌ ବାଛୁରୀ ୬ ଥର ଆଇଭିଏଫ ଗର୍ଭଧାରଣ ପରେ ଜନ୍ମ ନେଇଛି। ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁସାରେ, ଗୁଜୁରାଟର ସୁଶିଳା ଆଗ୍ରୋ ଫାର୍ମସର କୃଷକ ବିନୟ ଏଲ. ବାଲାଙ୍କ ଘରେ ଏହି ଆଇଭିଏଫ ପ୍ରଣାଣୀ ପୂରା ହୋଇଛି। ବନ୍ନୀ ପ୍ରଜାତିର ମଇଁଷି ସଂଖ୍ୟା ବୃଦ୍ଧି କରିବା ଉଦେଶ୍ୟରେ ଏହି ଟେକନିକ୍‌ର ବ୍ୟବହାର କରାଯାଇଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହା  ଦ୍ବାରା ଦେଶରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିହେବ। ଶୁଷ୍କ ବାତାବରଣରେ ବନ୍ନୀ ପ୍ରଜାତିର ମଇଁଷି ଅଧିକରୁ ଅଧିକ କ୍ଷୀର ଦେବାରେ ସକ୍ଷମ ବୋଲି ମଧ୍ୟ ସେ କହିଛନ୍ତି।

ଆଇଭିଏଫ ଟେକନିକ୍‌ ସାହାଯ୍ୟରେ ମଇଁଷି ଛୁଆର ଜନ୍ମ କରାଇବା ଦେଶର ପ୍ରଥମ ବୋଲି କେନ୍ଦ୍ର ମତ୍ସ୍ୟପାଳନ ଏବଂ ପଶୁପାଳନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କୃଷକ ବିନୟ ବାଲାଙ୍କ ଘରେ ଆଇଭିଏଫ ପ୍ରକ୍ରିୟାରେ ୬ ମଇଁଷି ଗର୍ଭବତୀ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ପିଲା ଜନ୍ମ କରିଛି ।

   Related Posts